www.samajalive.in
Wednesday, December 10, 2025
26.1 C
Bhubaneswar

ବିଜେପିରେ ମିଶିଲେ ସାହାରପଡା ବ୍ଲକ ଅଧ୍ୟକ୍ଷା

ପାଟଣା: ୨୦୧୯ ସାଧାରଣ ନିର୍ବାଚନ ପରେ ସାହାରପଡା ବ୍ଲକର ତତ୍କାଳୀନ ଅଧ୍ୟକ୍ଷା ବିଜେପି ସମର୍ଥିତ ରମ୍ଭାବତୀ ଦେହୁରୀଙ୍କୁ ବିଜୁ ଜନତା ଦଳରେ ମିଶାଇ ତତ୍କାଳୀନ ବିଧାୟକ ଜଗନ୍ନାଥ ନାଏକ ବିଜେପିକୁ ଚକମା ଦେଖାଇଥିବା ବେଳେ ୨୦୨୪ରେ ବିଜେପି ଏହାର ବଦଲା ନେଇଛି। ପାଲଟା ଜବାବ ସ୍ଵରୂପ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ସହମତିରେ ସାହାରପଡା ବ୍ଲକ ଅଧ୍ୟକ୍ଷା ହୋଇଥିବା ବଡବିଲ ସମିତି ସଭ୍ୟା ରୀନା ନାଏକଙ୍କୁ ଆଜି ବିଜେପିରେ ସାମିଲ କରାଇଛନ୍ତି ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା। ତାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବା ବେଳେ ଏଥିରେ ସାଂସଦ ଅନନ୍ତ ନାୟକଙ୍କ ପୂର୍ଣ୍ଣ ସମର୍ଥନ ଥିବା ଚର୍ଚ୍ଚା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଦଳରେ ମିଶାଇଥିଲେ। ମିଶ୍ରଣ ପର୍ବରେ ବିଜେପି ନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ସାଂସଦ ପ୍ରତିନିଧି ସୁଦର୍ଶନ ମହାନ୍ତ, କରଞ୍ଜିଆ ପ୍ରଭାରୀ ଶିବାଜୀ ଗୌତମ ମହାନ୍ତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories