www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ୍ ସହ ଦେଶୀ ପାଉଚ ମଦ ଜବତ, ଦୁଇ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ରେ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଇଥିବା ବେଳେ ପାଟଣା ପୁଲିସ ଆଜି ଚଢ଼ାଉ ସମୟରେ ଗ୍ରାମାଞ୍ଚଳ କୁ ଦେଶୀ ମଦ ଚାଲାଣ କରୁଥିବା ଦୁଇ ଜଣ ମଦ ବେପାରୀକୁ ଗିରଫ କରିଛି। ଏହା ସହ ଦେଶୀ ମଦ ଭର୍ତ୍ତି ଅଖା ଓ ବାଇକ୍ କୁ ଜବତ କରାଯାଇଛି। ଯୁବକ ଦୁଇ ଜଣ ଏକ ବାଇକ୍ ରେ ଦେଶୀ ପାଉଚ ମଦ ନେଇ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଦେବା ପାଇଁ ନେଉଥିବା ବେଳେ ପୁଟୁଳିଆ ନିକଟରେ ଯୁବକ ଦୁଇ ଜଣ ପୋଲିସ ହାବୁଡ଼ରେ ପଡି ଯାଇଥିଲେ ।
ପୁଲିସ ବାଇକ୍ ସହ ଦେଶୀ ପାଉଚ ମଦ କୁ ଜବତ କରିବା ସହ ଯୁବକ ଦୁଇ ଜଣ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନୁ କୁମାର ସାଓ ଓ ଲଛମନ କୁମାର‌ ବୋଲି ଜଣାପଡିଛି। ତେବେ ଅବକାରୀ ବିଭାଗ ର ସଲାସୁତୁରା ରେ ବର୍ଷ ବର୍ଷ ଧରି ଗ୍ରାମାଞ୍ଚଳ କୁ ଦେଶୀ ମଦ ଚାଲାଣ ହେଉଥିବା ବେଳେ ଆଜି ପାଟଣା ପୁଲିସ ସଂପୃକ୍ତ ମଦ ବେପାରୀ ଙ୍କୁ ଗିରଫ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories