www.samajalive.in
Thursday, December 11, 2025
18.1 C
Bhubaneswar

କାମରେ ଆସୁନି ଅଙ୍ଗନବାଡି କେନ୍ଦ୍ର, ଗଛ ମୂଳରେ ଚାଲିଛି ପାଠପଢ଼ା

ସିମୁଳିଆ: ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଂଖିଆ ଗ୍ରାମର ଥିବା ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ର ପାଇଁ ୫ଲକ୍ଷ ଟଙ୍କା ବ୍ୟୟର ଏକ ସ୍ଥାୟୀ ପକ୍କାଗୃହ ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଥିଲେ ମଧ୍ୟ ଏହା କାମରେ ଲାଗୁନି ।

ଏହି ଅଙ୍ଗନବାଡି କେନ୍ଦ୍ରରେ ଜ୍ୟୋସ୍ନାରାଣୀ ବେହେରା କର୍ମୀଭାବେ କାର୍ଯ୍ୟ କରନ୍ତି । ବର୍ଷା ଦିନେ ଛୋଟ ପିଲାମାନେ କେତେବେଳେ ପରିତ୍ୟକ୍ତ ଗୃହରେ ତ କେତେବେଳେ ଅସୁରକ୍ଷିତ ଗଛ ମୂଳରେ ବିପଦଜନକ ଅବସ୍ଥାରେ ପାଠ ପଡୁଛନ୍ତି । ଏ ନେଇ ଗ୍ରାମବାସୀ ଓ ଅଭିଭାବକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆ ଯାଇନାହିଁ।

- Advertisement -

କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ନିର୍ମାଣ କାର୍ଯ୍ୟ ସରି ଯାଇଥିଲେ ବି କ’ଣ ପାଇଁ ଗୃହ ଉପଯୋଗୀ ହୋଇ ପାରୁନାହିଁ ସେ ସମ୍ପର୍କରେ ସିମୁଳିଆ ସମନ୍ବୀତ ଶିଶୁ ବିକାଶ ଅଧିକାରିଣୀ ସ୍ମିତା ପଣ୍ଡାଙ୍କୁ ପଚାରିବାରୁ ନୂଆ କରି କାର୍ଯ୍ୟରେ ଯୋଗଦାନ କରିଥିବାରୁ ତାଙ୍କ ନଜରକୁ ଆସି ନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ । ପିଲାଙ୍କ ସୁବିଧା ପାଇଁ ନିର୍ମିତ ଘର ସେମାନଙ୍କ କାମରେ ଲାଗୁନଥିବା ବେଳେ ଏହି ଘର କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories