www.samajalive.in
Thursday, December 11, 2025
18.1 C
Bhubaneswar

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି।

ଷ୍ଟାଡିୟମର ୧ ନମ୍ବର ୩ ନମ୍ବର ଓ ୬ ନମ୍ବର ଗ୍ୟାଲେରୀରେ ବସି ଖେଳ ଦେଖିବା ଲାଗି ଦର୍ଶକଙ୍କ ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୨ ଓ ୪ ନମ୍ବର ଗ୍ୟାଲେରୀ ଟିକେଟ ଦାମ ୧୦୦୦ ଟଙ୍କା, ୫ ନଂ. ଗ୍ୟାଲେରୀ ଟିକେଟ ମୂଲ୍ୟ ୧୫୦୦ ଓ ୭ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି। ସ୍ଵତନ୍ତ୍ର ଏନକ୍ଲୋଜର ଦାମ ୭୦୦୦ ଟଙ୍କା ଥିବାବେଳେ ଶୀତତାପ ନିୟନ୍ତ୍ରିତ ବକ୍ସ ମୂଲ୍ୟ ୯୦୦୦ ଏବଂ କର୍ପୋରେଟ ବକ୍ସ ଟିକେଟ ଦର ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ନୂତନ ପାଭେଲିୟନ ଟିକେଟ ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories