ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କଲା ଭଣଜା
ଯାଜପୁର: ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କଲା ସମ୍ପର୍କୀୟ ଭଣଜା । ମୃତକ ଜେନାପୁର ଥାନା ତୋଟାବଣ ଗାଁର ବୋଲି ଜଣାପଡିଛି । ଗତ କାଲି ସେ ଭଣଜା ସହ ଏକ ନୂଆ ବାଇକ କିଣିବାକୁ ଚଣ୍ଡିଖୋଲ ଆସିଥିଲେ । କିନ୍ତୁ ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଜେନାପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସର ଖୋଳତାଡ ପରେ ସବୁ ଘଟଣା ଜଣାପଡିଥିଲା । ଟଙ୍କା ପାଇଁ ଭଣଜା ମାମୁଁଙ୍କୁ ହତ୍ୟା କରିବା ପରେ ଭୁବନପୁର ନିକଟ ସନାମୁଇଁପାଟ ନିକଟ ଜଙ୍ଗଲରେ ମୃତଦେହ ଫୋପାଡି ଦେଇଥିଲା । ଅଭିଯୁକ୍ତ ଭଣଜାକୁ ଅଟକ ରଖି ଆଗାମୀ ତଦନ୍ତ ଜାରି ରଖିଛି ପୁଲିସ ।
Comments are closed.