ଗାଁ ମୁଣ୍ଡରେ ଶ୍ମଶାନ ଘାଟ ନିର୍ମାଣକୁ ବିରୋଧ; ଜିଲାପାଳକୁ ସ୍ମାରକ ପତ୍ର ପ୍ରଦାନ
ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଜନବସତିକୁ ଲାଗି ନିର୍ମାଣାଧିନ ଶ୍ମଶାନ ଘାଟକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ଗ୍ରାମବାସୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ସ୍ଥାନରେ ଶ୍ମଶାନ ଘାଟ ବଦଳରେ ଶିଶୁ ଉଦ୍ୟାନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏଠାରେ ଶବ ଦାହ କରାଗଲେ ବାୟୁ ପ୍ରଦୂଷଣ ହୋଇ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏଥିସହ ଛତ୍ରପୁର ବିଧାୟକ ଓ ଏନଏସି ଅଧ୍ୟକ୍ଷାଙ୍କୁ ମଧ୍ୟ ସେଠାରୁ ମଶାଣି ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଲିଖିତ ଭାବେ ଜଣାଇଛନ୍ତି ଗ୍ରାମବାସୀ।
Comments are closed.