www.samajalive.in
Saturday, December 6, 2025
26.1 C
Bhubaneswar

ଗିଲ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ, ସଂଘର୍ଷ କରୁଛି ଭାରତ

ସମାଜ ଡିଜିଟାଲ ଡେସ୍କ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ଭାରତ ସଂଘର୍ଷ ଜାରି ରହିଛି। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୨୩୫ ରନରେ ଅଲଆଉଟ୍‌ ହୋଇଯାଇଥିବାବେଳେ ଭାରତ ଏହାର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶୁଭମନ ଗିଲ୍‌ ଏବଂ ରୁଷଭ ପନ୍ତଙ୍କ ଅର୍ଦ୍ଧଶତକ ସତ୍ବେ ଦଳର ସ୍ଥିତି ଖରାପ ରହିଛି। ୨ୟ ଦିନ ଖେଳ ଜାରି ରହିଥିବାବେ​ଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ଟିମ ଇଣ୍ଡିଆ ୫ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଛି। ପନ୍ତ ୬୦ ରନ କରି ଆଉଟ ହୋଇଥିବାବେଳେ ଗିଲ୍‌ ୬୬ ରନ ଏବଂ ରବୀନ୍ଦ୍ର ଜାଡେଜା ୧ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ସର୍ବାଧିକ ୨ଟି ଉଇକେଟ ନେଇଛନ୍ତି।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ୨-୦ରେ ଆଗୁଆ ରହିଛି। ଭ୍ରମଣକାରୀ ଦଳ ସିରିଜ ବିଜୟୀ ହୋଇସାରିଥିବାବେଳେ ସମ୍ମାନ ରକ୍ଷା ପାଇଁ ଭାରତକୁ ଶେଷ ମ୍ୟାଚ ଜିତିବା ଆବଶ୍ୟକ ରହିଛି। ହେଲେ ରୋହିତ ଶର୍ମା, ବିରାଟ କୋହଲି, ଜୟସଓ୍ବାଲଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ବାରମ୍ବାର ବିଫଳ ହେଉଥିବାରୁ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories