ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର କାଳୀପୂଜା ମଣ୍ଡପ ଠାରେ ୭ ଦିନ ବ୍ୟାପି ଦକ୍ଷିଣ କାଳୀ ପୂଜା ଅନୁଷ୍ଠିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଜଗମଣ୍ଡା ଗ୍ରାମର ବ୍ରଜ କିଶୋର ତ୍ରିପାଠୀ, ରବି ରଥ, ପଞ୍ଚାନନ ରଥ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ଏଥିରେ କର୍ତ୍ତା ଭାବେ ପଞ୍ଚାନନ ଚୌଧୁରୀ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଳୀପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ଏଥିରେ ଶତାଧିକ ଭକ୍ତ ଓ ମହିଳା ସଂଧ୍ୟା ସମୟରେ ଦୀପଦାନ କରି ମା କାଳୀଙ୍କ ଦର୍ଶନ କରିବା ସହ ମିନାବଜାରର ମଜା ନେଉଛନ୍ତି। ଜଗମଣ୍ଡା ଗ୍ରାମରୁ ଏମଏଏଲ କ୍ଵାଟର ଛକ ପ୍ରଯନ୍ତ ଆଲୋକ ମାଳାରେ ସଂଜୀତ ହୋଇଅଛି। ପ୍ରତିଦିନ ରାତିରେ ହୋମ, ଯଜ୍ଞ ,କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ପ୍ରତେକ ଦିନ ସନ୍ଧ୍ୟାରେ ମୋନରଞ୍ଜନ ଭିତ୍ତିକ ସଂସୃତିକ କାର୍ଯ୍ୟକ୍ରମ ସହ ଆସନ୍ତା ୬ ତାରିଖ ଦିନ ମା କାଳୀପୂଜାଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାଳୀପୂଜା କମିଟି ସଭାପତି ଗୋଦାବରୀ ରାଉତ ସୂଚନା ଦେଇଛନ୍ତି।
Comments are closed.