www.samajalive.in
Monday, December 8, 2025
20.1 C
Bhubaneswar

ଚଳିତବର୍ଷ ଐତିହାସିକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିବ ‘ଓଡ଼ିଆ ଚଳଚ୍ଚିତ୍ର’..

କଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ସିନେମାକୁ ନେଇ ପ୍ରସ୍ତୁତ କରାଯିବ ଥିମ୍। ଏହାକୁ ପ୍ରଦର୍ଶିତ କରାଯିବ ଐତିହାସିକ ବାଲିଯାତ୍ରା ତଳ ପଡ଼ିଆଠାରେ ଥିବା କଟକ-ଇନ୍-କଟକ ପ୍ୟାଭିଲନ୍ ଠାରେ। ଯାହାଦ୍ୱାରା ଓଡ଼ିଆ ଫିଲ୍ମର ଗୁଣାତ୍ମକ ବୈଶିଷ୍ଟ୍ୟକୁ ଲୋକଲୋଚନକୁ ଆଣିହେବ।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

- Advertisement -

ନଭେମ୍ବର ୧୫ ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା। ଏନେଇ ପ୍ଲଟ ରେଜିଷ୍ଟ୍ରେସନ ସରି ଜାରି ରହିଛି ଜମି ନିଲାମ ପ୍ରକ୍ରିୟା। ଆଉ ମାତ୍ର କିଛି ଦିନ ମଧ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ ହଜାର ହଜାର ଦୋକାନ ବଜାର, ଦୋଳି, ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଝଲସି ଉଠିବ ବାଲିଯାତ୍ରା ପଡିଆ। ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ତଳ ପଡ଼ିଆ ଠାରେ ଥିବା କଟକ-ଇନ୍-କଟକ। ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଦର୍ଶିତ କରାଯିବ ଓଡ଼ିଆ ଚଳଚ୍ଚିତ୍ର । ତେବେ ଗତବର୍ଷ ମାନଙ୍କରେ କଟକ-ଇନ୍-କଟକରେ ଗାଁ’ ପରିବେଶ ଓ ଓଡ଼ିଆ ଘରର ପରମ୍ପରାକୁ ସ୍ଥାନିତ କରାଯାଇଥିବା ବେଳେ ଚଳିତ ଥର କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ତିଆରି ହୋଇଛି ଥିମ୍ । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ବରିଷ୍ଠ ଅଭିନେତା ତଥା ସିନେ ପ୍ରଯୋଜକମାନେ ବେଶ ସ୍ୱାଗତ କରିଛନ୍ତି। କାହିଁକି ନା ବାଲିଯାତ୍ରା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ପୁରୁଣା ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ଏକ ମାଧ୍ୟମ ।

ଦେଖନ୍ତୁ ଭିଡିଓ; ସିଢିରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ସିଂହୀ, ଆଉ ତା’ପରେ..

ବର୍ତ୍ତମାନ ସମୟରେ ପାଶ୍ଚାତ୍ୟ ସଂସ୍କୃତିର ବହୁଳ ମାତ୍ରରେ ଗ୍ରହଣ ହେବା ପରେ ଓଡ଼ିଆ ସିନେମାର ଚମକ ଫିକା ପଡିନି। କିନ୍ତୁ ନବେ ଦଶକରୁ ବିଂଶ ଓ ଏକବିଂଶ ଶତାବ୍ଦୀ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ଦିଗରେ ଲୋକମାନେ ଆଗ୍ରହ ପ୍ରକାଶ କରିବା କମ କରିଛନ୍ତି। ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ବଳ କହିଛନ୍ତି, ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ପ୍ରଶାନ୍ତ ନନ୍ଦଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର “ମାଟିର ମଣିଷ” ହଲ୍‌ରେ ପଡ଼ିଥାଏ । କିନ୍ତୁ ହଲ୍‌ରେ ଦେଖିବାର ସୁଯୋଗ ପାଇ ନଥିଲି । ଏହି ବାଲିଯାତ୍ରାରେ ହିଁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇଥିଲି ବୋଲି କହିଛନ୍ତି ପ୍ରଦ୍ୟୁମ୍ନ । ତେଣୁ ପୁରୁଣା ସିନେମାକୁ ଲୋକାଭିମୁଖୀ କରିବା ପାଇଁ ପ୍ରଶାସନର ଏପରି ଯୋଜନା ବେଶ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି।

ଅନ୍ୟପଟେ ବାଲିଯାତ୍ରାରେ ଚଳଚ୍ଚିତ୍ର ପଦର୍ଶନ କରିବା ଯୋଜନାକୁ ସ୍ଵତନ୍ତ୍ର ଫୋକସ ଦେଇଛି କଟକ ଜିଲା ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି,ଏହାର ସମ୍ପୂର୍ଣ୍ଣ ଦାୟିତ୍ଵ ଏକ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି। ସେମାନେ ବିଭିନ୍ନ ପ୍ରଯୋଜନା ଓ ନିର୍ଦ୍ଦେଶନା ସଂସ୍ଥା ସହ ଯୋଗାଯୋଗ କରି ଆମକୁ ଓଡ଼ିଆ ସିନେମାର ତଥ୍ୟ ପ୍ରଦାନ କରିବେ। କେବଳ ସେତିକି ନୁହେଁ ଦର୍ଶକଙ୍କ ପାଇଁ ଆମ୍ପି ଥିଏଟର୍ ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଯେଉଁଠାରେ ନୂଆ, ପୁରୁଣା ସୁପରହିଟ ସିନେମା ସବୁ ପ୍ରଦର୍ଶିତ ହେବ । ପୁରୁଣା ସମୟର ସିନେମା, କଳାକାର, ଯନ୍ତ୍ରପାତି ବିଷୟରେ ଲୋକମାନେ ଅବଗତ ହୋଇ ପାରିବେ। ଯାହାଦ୍ୱାରା ଆଗମୀ ଦିନରେ ଓଡ଼ିଆ ସିନେମାର ପ୍ରଚାର ପ୍ରସାର ଅଧିକ ମାତ୍ରାରେ ହୋଇପାରିବ ବୋଲି ଲକ୍ଷ୍ୟ ରଖିଛି ପ୍ରଶାସନ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories