www.samajalive.in
Saturday, December 6, 2025
19.1 C
Bhubaneswar

ପୁଣି ମହଙ୍ଗା ମାଡ; ବଢିଲା ଏଲପିିଜି ଗ୍ୟାସ ସିଲିଣ୍ଡର ଦାମ୍‌..

ନୂଆଦିଲ୍ଲୀ : ଦୀପାବଳି ଶେଷ ହେବା ମାତ୍ରେ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ। ୧ ନଭେମ୍ବରରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀ ଗୁଡିକ ପହିଲାରୁ ଗ୍ୟାସ ସିଲିିଣ୍ଡର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି ।

୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଘରୋଇ ସିଲିଣ୍ଡର ଦାମରେ ପରିବର୍ତ୍ତନ କରାଯାଇ ନାହିଁ ।

- Advertisement -

ଦିଲ୍ଲୀରେ ପୂର୍ବରୁ ୧୭୪୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦାମ୍‌ ବର୍ତ୍ତମାନ ୧୮୦୨ ଟଙ୍କାରେ ମିଳିବ। ଲଗାତାର ଚାରି ମାସ  ହେବ ୧୯ କିଲୋ ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି । କଲକାତାରେ ସିଲିଣ୍ଡର ଦାମ୍‌ ୧୯୧୧.୫୦ ଟଙ୍କା । ମୁମ୍ବାଇରେ ୧୭୫୪.୫୦ ଟଙ୍କାରେ ପହଞ୍ଚି ସାରିଛି । ସେହିପରି ଚେନ୍ନାଇରେ ୧୯୬୪ ଟଙ୍କାରେ ମିଳିବ । ରେସ୍ତୋରାଁ, ହୋଟେଲ ଆଦିରେ ଏହାର ବ୍ୟବହାର ହୋଇଥାଏ । ବ୍ୟବସାୟିକ ସିଲିଣ୍ଡର ଦାମ୍‌ ବୃଦ୍ଧି ହେଉଥିବାରୁ ଖାଦ୍ୟ-ପେୟ ଦାମ୍‌ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

ତୈଳ କମ୍ପାନୀ ଗୁଡିକ ପ୍ରତ୍ୟେକ ମାସର ପହିଲାରେ ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ କରି ଥାଆନ୍ତି । କମ୍ପାନୀ ଏହାର ପୂର୍ବରୁ ଅଗଷ୍ଟରେ ଦାମ୍‌ ୬.୫୦, ସେପ୍ଟେମ୍ବରରେ ୩୯ ଟଙ୍କା ଓ ଅକ୍ଟୋବରରେ ୪୮.୫ ଟଙ୍କା ବୃଦ୍ଧି କରିଥିଲା ।

ସକାଳୁ ସକାଳୁ ଟ୍ୱିନ୍‌ ସିଟିରେ ପ୍ରବଳ ବର୍ଷା; ୩ ଘଣ୍ଟା ପାଇଁ ଏହି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories