www.samajalive.in
Saturday, December 13, 2025
17.1 C
Bhubaneswar

ତରଭୁଜରେ ଚିତ୍ର ଆଙ୍କିଲେ ସପନ

ଭବାନୀପାଟଣା : ସ୍ଥାନୀୟ ହିଲ ଟାଉନରେ ଥିବା ପ୍ରିନ୍ସି ହଙ୍ଗର ଗେରେଜ ନାମକ ରେଷ୍ଟୁରାଣ୍ଟରେ ଆଜି ଫ୍ରୁଟ କାର୍ଭିଂ ବା ଫଳରେ ଚିତ୍ର ପ୍ରଦର୍ଶନୀ ହେଇଥିଲା। ବେଙ୍ଗାଲୁରୁର ହୋଟେଲ କ୍ଲର୍କ ଇନରେ କାର୍ଯ୍ୟରତ ଓଡ଼ିଆ ପୁଅ ସେଫ ସପନ ନାଏକ ଏଠାରେ ୧୩ ଟି ଚିତ୍ର ପ୍ରଦର୍ଶନୀ କରିଥିଲେ। ସେଥି ମଧ୍ୟରେ ପ୍ରିନ୍ସୀ ହଙ୍ଗର୍ ଗ୍ୟାରେଜ ମାଲିକ ପ୍ରିନ୍ସୀ  ଠାକୁରଙ୍କ ସମେତ ରତନ ଟାଟା, ସୁବାସ ଚନ୍ଦ୍ର ବୋଷ, ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅକ୍ଷୟ କୁମାର, ହର ପଟ୍ଟନାୟକ, ବିଜୟ ମହାନ୍ତିଙ୍କ ସମେତ କଳାହାଣ୍ଡିର ପ୍ରଥମ ଇଞ୍ଜିନିୟର ପ୍ରଫେସର ଭୁବନେଶ୍ୱର ବେହେରା ଏବଂ ବିଶିଷ୍ଟ ସାମାଜିକ କର୍ମୀ କିଶନ ପଟ୍ଟନାୟକଙ୍କ ଚିତ୍ର ସ୍ଥାନ ପାଇଥିଲା। ତରଭୁଜ ସମେତ ବିଭିନ୍ନ ଫଳରେ ଚିତ୍ର ଆଙ୍କୁଥିବା ସେଫ ସପନ ନାଏକ “ସମାଜ” ସହିତ ଅନୌପଚାରିକ କଥାବାର୍ତ୍ତା ବେଳେ ସେ କହିଥିଲେ। ଫଳ ଚିତ୍ର ବା ଫ୍ରୁଟ କାର୍ଭିଂ ପ୍ରଦର୍ଶନୀ କଳାହାଣ୍ଡିରେ ଏହି ଧରଣର ପ୍ରଥମ ପ୍ରଦର୍ଶନୀ। ଏଣୁ ଏହା ଦେଖିବାକୁ ପ୍ରିନ୍ସୀ ହଙ୍ଗର୍ ଗ୍ୟାରେଜ ରେଷ୍ଟୁରାଣ୍ଟରେ ଆଜି ସନ୍ଧ୍ୟାରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଲାଗିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories