www.samajalive.in
Saturday, December 13, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ମାଡ଼ ପରେ ସ୍କୁଲରେ ଉତ୍ତେଜନା

ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ଟେବେଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ ଟେବେଡାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରାୟ ୧୧ଟା ସମୟରେ ଶିକ୍ଷୟିତ୍ରୀ ଲାଲମଣୀ ମହାନନ୍ଦ ୩,୪,୫ ଶ୍ରେଣୀର ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିବାରୁ ଛାତ୍ରଛାତ୍ରୀଙ୍କ ଦେହରେ ଦାଗ ମଧ୍ୟ ପଡିଛି। ଖବର ପାଇବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସ୍କୁଲ ପରିସରେ ଉତ୍ତେଜନା ଦେଖା ଦେଇଛି । ସରକାରୀ ବିଦ୍ୟାଳୟ ଗୁଡିକରେ ଦଣ୍ଡମୁକ୍ତ ଘୋଷଣା କରିବା ପରେ ସଂପୃକ୍ତ ଶିକ୍ଷୟିତ୍ରୀ କେଉଁ କାରଣରୁ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସନ୍ଦେହ ସୃଷ୍ଟି ହେଉଛି। ଏହି ବିଷୟରେ ଗୁଡଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କୁ ପଚାରିବାରୁ ଏବିଓ ଓ ସିଆରସିସି ଜଣଙ୍କୁ ତଦନ୍ତ ପାଇଁ ପଠାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ରାଜଧାନୀରେ ଚାଞ୍ଚଲ୍ୟ ;୨ ଜଣ ପ୍ରେମିକାଙ୍କ ପାଇଁ ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories