www.samajalive.in
Tuesday, December 9, 2025
16.1 C
Bhubaneswar

ରାହାଙ୍ଗୁଳ ବାବୁଲା ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ପଞ୍ଚାୟତର ରାହାଙ୍ଗୁଳ ଗ୍ରାମର ବାବୁଲା ନାଏକ (୫୫) ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନରେଶ ନାଏକ (୨୫)କୁ ତିଗିରିଆ ଥାନା ଅନ୍ତର୍ଗତ ଗୋଖୋନଖୋଲ ଜଙ୍ଗଲରୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ନରେଶକୁ ହାଜତ ଚାଲାଣ କରାଯାଇଛି । ଗତ ଅଗଷ୍ଟ ମାସ ୧୭ ତାରିଖ ଦିନ ସାମାନ୍ୟ ବଚସାକୁ କେନ୍ଦ୍ର କରି ମୁଖ୍ୟ ଅଭିଯୁକ୍ତ ନରେଶ ଓ ତାର ବାପା ହୃଦାନନ୍ଦ ମିଶି କରି ବାବୁଲାକୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ବାବୁଲାର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ନରେଶର ବାପା ହୃଦାନନ୍ଦକୁ ପୁଲିସ ଗିରଫ କରିଥିଲା । ଥାନା ଅଧିକାରୀ ରବିନାରାୟଣ ବେହେରା ବିଶେଷ ସୁତ୍ରରୁ ଖବର ପାଇ ଉପନିରୀକ୍ଷ ଡଃ ବିକାଶ କୁମାର ସେଠୀଙ୍କ ସହିତ ମିଳିତ ଭାବେ ତିଗିରିଆର ଗୋଖୋନଖୋଲ ଜଙ୍ଗଲରେ ଚଢାଉ କରି ଅଭିଯୁକ୍ତ ନରେଶକୁ ଧରିଥିଲେ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories