ଡେସ୍କ: ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ। ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ମୂଲ୍ୟବୋଧର ପରିଚୟ ଦେବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶ ହେଉଛି ଏହି ପଦକ୍ଷେପ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳଭାବେ ମାନ୍ୟତା ପାଇଛି। କୋଣାର୍କ ଚକ୍ର ଭାରତର ସାଂସ୍କୃତିକ ପରମ୍ପରାର ପ୍ରତୀକ।



