www.samajalive.in
Sunday, December 14, 2025
26.1 C
Bhubaneswar

ଦିପାବଳୀ ପାଇଁ ମାର୍ଗଦର୍ଶିକା: ରାତି ୭ଟାରୁ ୯ଟା ବାଣଫୁଟାଇବାକୁ ଅନୁମତି

ଭୁବନେଶ୍ବର:ରାଜ୍ୟରେ ସୁରକ୍ଷିତ ଭାବେ ଦିପାବଳୀ ପାଳନ ଏବଂ ବାଣଫୁଟା ନେଇ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥର ଦିପାବଳୀରେ ସନ୍ଧ୍ୟା ୭ଟାରୁ ରାତି ୯ଟା ଭିତରେ ବାଣଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରି ବାଣ ଫୁଟାଇବା ମନା କରାଯାଇଥିବାବେଳେ ପାର୍କ ଓ ସାଇଲେନ୍ସ ଜୋନରେ ବାଣଫୁଟାଇବାକୁ ବାରଣ ହୋଇଛି।

ସେହିପରି ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ କୋର୍ଟର ୧୦୦ ମିଟର ଭିତରେ ବାଣ ଫୁଟାଇବା ମନା କରାଯାଇଥିବାବେଳେ ଧାର୍ମିକ ଅନୁଷ୍ଠାନାର ୧୦୦ ମିଟର ଭିତରେ ବି ବାଣ ଫୁଟାଯାଇପାରିବ ନାହିଁ ବୋଲି କୁହାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଥିବାବେଳେ ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବା ବାରଣ ହୋଇଛି। ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଶବ୍ଦ ଯୁକ୍ତ ବାଣଦେବା ମନା କରାଯାଇଛି। ତେବେ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାର ପାଇଁ ମନା ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories