www.samajalive.in
Sunday, December 14, 2025
26.1 C
Bhubaneswar

ରେଙ୍ଗାଲିକ୍ୟାମ୍ପରେ ପ୍ରସିଦ୍ଧ ମା’ ଶ୍ୟାମା କାଳୀଙ୍କ ୬୫ ତମ ପୂଜା

ରେଙ୍ଗାଲିକ୍ୟାମ୍ପ: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପରେ ଥିବା ସରକାରୀ କେନାଲ ବିଭାଗ ପରିସରରେ ୬୫ତମ ମା’ ଶ୍ୟାମା କାଳୀଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପାଇଁ ଚାରି ଆଡେ଼ ଚଳଚଞ୍ଚଳ ହୋଇ ଉଠିଛି। ଏହି ଅବସରରେ ବୁଧବାରରୁ ନଭେମ୍ବର ଶୁକ୍ରବାର ପର୍ଯ୍ୟନ୍ତ ହେବାକୁ ଥିବା ମା’ ଶ୍ୟାମା କାଳୀ ପୂଜା ପାଇଁ ପୂଜା କମିଟିର ସଭାପତି ଅନିଲ କୁମାର ସାହୁ,ସମ୍ପାଦକ ଆଦିତ୍ୟ ପ୍ରଧାନ, ଉପ ସଭାପତି ଜିତୁ ଭୋଇ, ନରେନ୍ଦ୍ର ଭୋଇ ଓ ଶାନ୍ତ କୁମାର ଭୋଇ କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉ ଥିବା ବେଳେ ମନ୍ଦିର ପରିଚାଳନା କମିଟି ର ଅବସର ପ୍ରାପ୍ତ କର୍ମଚାରୀ ଚତୁର୍ଭୁଜ ମିର୍ଦ୍ଧା ସଭାପତି,ସମ୍ପାଦକ ଅଭିରାମ ପ୍ରଧାନ, କୋଷାଧ୍ୟକ୍ଷ ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ ଓ ଭାର ପ୍ରାପ୍ତ ଅଧିକାରୀ ଦିବ୍ୟ କିଶୋର କୁଆଁର ଉପଦେଷ୍ଟା ଭାବେ ରହିଛନ୍ତି।
ସେହିପରି ତ୍ରି ଦିନାତ୍ମକ ପୂଜା ପାଇଁ ମୁଖ୍ୟ ପୂଜକ ଭାବରେ ଅଚ୍ୟୁତାନନ୍ଦ ଶତପଥୀ,ଚଣ୍ଡୀ ପାଠକ ପ୍ରଭାକର ଶତପଥୀ ଓ ତାଙ୍କ ସାଥୀ ବାବୁଲୁ ଦାଶ,କାହ୍ନୁ ଚରଣ ମହାପାତ୍ର ବରଣ ହୋଇଥିବା ବେଳେ କର୍ତ୍ତା ଭାବେ କେନାଲ ବିଭାଗ ଅଧିକାରୀ ସପତ୍ନିକ ଦିବ୍ୟ କିଶୋର କୁଆଁର ଓ ଦୀପା ଞ୍ଜଳୀ କୁଆଁର ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିରୀକୃତ ହୋଇଛି।ଦୀର୍ଘ ୧୫ବର୍ଷ ଧରି କୋଶଳ ଶିଳ୍ପ ଆଦିତ୍ୟ ନାୟକ, ଲିଙ୍ଗ ରାଜ ନାୟକ, ବୃନ୍ଦାବନ ଥପା, ନବୀନ ବେହେରା ଓ ସରୋଜ ମିର୍ଦ୍ଧା ମା’ଙ୍କ ମୃଣ୍ମୟ ମୂର୍ତ୍ତି କୁ ଆଜି ଶେଷ ସ୍ପର୍ଶ ଦେଇଛନ୍ତି।
ଆସନ୍ତା ୩୦ ତାରିଖରେ ୧୦ ଘଣ୍ଟା  ସମୟରେ ସ୍ଥାନୀୟ କେନାଲରୁ କଳସ ଯାତ୍ରା ପାଇଁ ବାବେବିରା ଗ୍ରାମର ଅଭୟ ନୃସିଂହ ସମ୍ପ୍ରଦା କଳା ପରିଷଦ, ରେମତା ର ମା’ ମଙ୍ଗଳା ଘଣ୍ଟ ବାଦ୍ୟ ରେ ଶୋଭାଯାତ୍ରା  ବୋଲି ସୂଚନା ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories