www.samajalive.in
Thursday, December 11, 2025
18.1 C
Bhubaneswar

୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି, ଫାଇନାଲରେ ଜିଲାସ୍କୁଲ ଓ ମୁଣ୍ଢେନପାଲି ଦଳ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ସିଂହପାଲି-କାଈଁଶିର କ୍ରିଡା ପ୍ରାଙ୍ଗଣରେ ୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି-୨୦୨୪ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତାରେ ସୋମବାର ୨ଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ଓ ସେଭେନ ହିଲ୍ସ ପବ୍ଲିକ ସ୍କୁଲ ମଧ୍ୟରେ ହୋଇଥିଲା। ଜିଲା ସ୍କୁଲ ଦଳ ୩-୦ ଗୋଲରେ ସେଭେନ ହିଲ୍ସ ଦଳକୁ ହରାଇ ଫାଇନାଲ ଖେଳିବାକୁ ଉତ୍ତିର୍ଣ୍ଣ ହୋଇଛି। ଜିଲା ସ୍କୁଲ ଦଳ ପକ୍ଷରୁ ସୁମିତ ଭୋଇ ୨ଟି ଏବଂ ରିଚାର୍ଡ ବାରା ଗୋଟିଏ ଗୋଲ ଦେଇଥିଲେ। ସେହିଭଳି ଦ୍ୱିତୀୟ ମ୍ୟାଚ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ, ମୁଣ୍ଢେନପାଲି ଓ ଚିପଲିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଣ୍ଢେନପାଲି ଦଳ ୩-୦ ଗୋଲରେ ଚିପଲିମା ସ୍କୁଲ ଦଳକୁ ହରାଇ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି।

ମୁଣ୍ଢେନପାଲି ଦଳ ପକ୍ଷରୁ ପ୍ରକାଶ ବଇଗା ୨ଟି ଓ ରାଜେଶ ମାଝୀ ଗୋଟିଏ ଗୋଲ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମହାନଗର ନିଗମର କମିଶନର ବେଦଭୂଷଣ ରୂପେ ଯୋଗ ଦେଇଥିଲେ। ଖେଳକୁ ରେଫରୀ ରୂପେ ମଥୁରା ଓରାମ, ଜଳେନ୍ଦ୍ ଓରାମ, ଜଗେନ୍ଦ୍ର ଓରାମ, ମନୋଜ ଭୋଇ, ଓ ଶାନ୍ତା ରନବିଡା ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ସଂଘର ସମସ୍ତ ପଦାଧିକାରୀ ଓ ସଦସ୍ୟ ପରିଚାଳନା ଓ ଆୟୋଜନରେ ସହଯୋଗ କରୁଛନ୍ତି। ମଙ୍ଗଳବାର ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ଓ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ବିଦ୍ୟାଳୟ, ମୁଣ୍ଢେନପାଲି ମଧ୍ୟରେ ଅନୁଷ୍ଠିତ ହେବ।

- Advertisement -

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories