ପ୍ରତିଶ୍ରୁତି ପାଳନ ରେ ବିଫଳ ଏନଏଲସି କମ୍ପାନୀ: ବିସ୍ଥାପିତ କ୍ଷତିଗ୍ରସ୍ତ ମଧ୍ୟରେ ବଢୁଛି ଅସନ୍ତୋଷ; ଆନ୍ଦୋଳନର ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜିଲାରେ ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ ଏନଏଲସି କମ୍ପାନୀ ଖଣି ଯୋଗୁଁଁ ଜମି ହରାଇ ବିସ୍ଥାପିତ, କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ହୋଇଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ତଥା ଅଞ୍ଚଳର ପାରିପାର୍ଶିକ ବିକାଶ ପାଇଁ ଦେଇ ଥିବା ପ୍ରତିଶ୍ରୁତି ପାଳନ କରୁ ନାହିିଁଁ। ଫଳରେ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ଖିଣ୍ଡା ପଞ୍ଚାୟତ ଠାରେ ଏସଂକ୍ରାନ୍ତରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣି ପଧାନ, ଭିଏସଏସ ଶ୍ରମିକ ସଂଘ ର କାର୍ଯ୍ୟାକାରୀ ସଭାପତି ବାବୁଲୁ ରାଉତ, କୃପାସିନ୍ଧୂ ବୁଧିଆ, ଗୁଣନିଧି ବୁଧିଆ, ରୁଦ୍ର ପଧାନ, ପ୍ରଦୀପ ପାତ୍ର ପ୍ରମୁଖ ବହୁ ସଂଖ୍ୟକ ବିସ୍ଥାପିତ ପରିବାର ଖଣି କର୍ତ୍ତୃପକ୍ଷଙ୍କ ଏଭଳି ଅବହେଲାର ତୀବ୍ର ସମଲୋଚାନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ ଏନଏଲସି କମ୍ପାନୀ ଭଳି ରାଷ୍ଠ୍ରାୟତ୍ତ ସଂସ୍ଥାରେ ଖଣି ଖୋଳା ଯାଇଥିଲେ ବି କିଣ୍ଡା ଏବଂ ଠେଲକୋଇ ପଞ୍ଚାୟତର ସେଭଳି ଉନ୍ନତି ଏବଂ ରୋଜଗାର ସୃଷ୍ଟି ହେବା କଥା ତାହା ହୋଇନାହିଁ। ଖଣିରୁ ସମ୍ବଲପୁରରୁ ଝାରସୁଗୁଡା ଆଦି ବିଭିନ୍ନ ଜିଲାକୁ କୋଇଲା ପରିବହନ ହେଉଛି। ଏଥିଯୋଗୁଁଁ ଖିଣ୍ଡା ଏବଂ ଠେଲକୋଲୋଇ ଅଞ୍ଚଳରେ ଭୟଙ୍କର ପ୍ରଦୁଷଣ ସମସ୍ୟା ଦେଖା ଦେବା ସହ ଅଞ୍ଚଳ ର ପରିବେଶ ପ୍ରଦୁଷିତ ହେଉଛି। ତେବେ ବିଡମ୍ବନା ର ବିଷୟ ଯେ ପରିବହନ ସଂସ୍ଥା ଗୁଡିକ ରେ ସ୍ଥାନିୟ ଅଞ୍ଚଳର ଜଣେ ବି ନାହାନ୍ତି। ଏଥିରେ ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରାଭାିତ ଓ ସ୍ଥାନିୟ ଅଞ୍ଚଳ ର ଯିବକ ମାନଙ୍କୁ ସାମିଲ କରାଗଲେ ଅର୍ଥିକ ବିକାଶ ହେବା ସହିତ ବେକାର ଯୁବକ ରୋଜଗାରକ୍ଷମ ହୋଇପାରିବେ।

ବିଧାୟକ ଏବଂ ସାଂସଦ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି। ସମ୍ବଲପୁର-ରାରକଲେ ରାଜ୍ୟ ରାଜପଥର ଲପଙ୍ଗା ଠାରୁ ଠେଲକୋଲୋଇ ପର୍ଯ୍ୟନ୍ତ ସବୁବେଳେ ପରିବହନକାରୀ ଭାରିଯାନ ଉଭୟ ପାର୍ଶ୍ବରେ ଛିଡା ହୋଇ ରହିଥିବାରୁ ଟ୍ରାଫିକ୍ ଜାମ୍ ରହୁଛି ଫଳ ରେ ଜନସାଦାରଣ ଘୋଇ ଅସୁବିଦା ର ସମ୍ମୁଖିନ ହେଉଛନ୍ତି। ଏଥିଯୋଗୁଁଁ ଦୁର୍ଘଟନା ମଧ୍ୟ ଘଟୁଛି। ଏହାର ପ୍ରତିକାର ପାଇଁ ଅସଂଖ୍ୟ ଥର ଦାବୀପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ। ମାନ୍ୟବର କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧମେନ୍ଦ୍ର ପ୍ରଦାନ ଏଥିପ୍ରତି ଦୃଷ୍ଟି ଦେଇ ଲପଙ୍ଗା ଠାରୁ ଠେଲକୋଲେ ପର୍ଯ୍ୟନ୍ତ ୮ କିଲୋମିଟର ରାସ୍ତା କୁ ୮ଥାକିଆ ରାସ୍ତ ରେ ପରିଣତ କରିବାପାଇଁ ଦାବୀ କରାଯାଇଛି। ଖଣି ଯୋଗୁ ଖିଣ୍ଡା ପଞ୍ଚାୟତର ୫୫୪ ଟି ପରିବାର ବିସ୍ଥାପିତ ହେବେ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୬ ଟି ପରିବାର କୁ ବିସ୍ଥାପିତ କରାଯାଇ ବାକି ପରିବାରକୁ ବିସ୍ଥାପିତ କରା ନଯାଇ ଜନବସତିରୁ ୧ଶହ ମିଟର ଦୂରତାରେ କୋଇଲା ଖନନ ପାଇଁ ବ୍ଲାଷ୍ଟିଂ କରାଯାଉଛି। ଫଳରେ କାନ୍ଥରେ ଫାଟ ସୃଷ୍ଟି ହୋଇ ଘର ଭାଙ୍ଗି ଯାଉଛି।

ଏବାବଦରେ ଅଭିଯୋଗ କଲେ କମ୍ପାନୀ ଅଭିଯୋଗକାରୀ ବିରୋଧରେ ମିଥ୍ୟା କେସ୍ କରି ହଇରାଣ କରୁଛି। ଏପର୍ଯ୍ୟନ୍ତ ୩୬ ଜଣ ଅଭିଯୋଗକାରୀଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଅବିଯୋଗ କରାଯାଇଛି। ଏଣୁ ସମସ୍ତ ପରିବାରକୁ ବିସ୍ଥାପିୟତ କରାଯାଉ ଏବଂ ମିଥ୍ୟା କେସ୍ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି।  ସମସ୍ୟା ଗୁଡିକର ସମାଧାନ ନହେଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବା ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରା୍ାଇଛି।

Comments are closed.