ଚନ୍ଦୌଲି : ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ଉପରେ ବିଶ୍ବାସ ନ କରିବାକୁ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ଦାଦା ତଥା ଦଳର ବିଦ୍ରୋହୀ ନେତା ଶିବପାଲ ଯାଦବ ସତର୍କ କରାଇଛନ୍ତି। ଚାନ୍ଦେଲିଠାରେ ଏକ ରାଲିକୁ ଉଦ୍ବୋଧନ ଦେବା ଅବସରରେ ବହୁ ଚର୍ଚ୍ଚିତ ‘ଗେଷ୍ଟହାଉସ’ କାଣ୍ଡ କଥା ମନେ ପକାଇ ସେ କହିଛନ୍ତି ଉକ୍ତ ଘଟଣା ପରେ ପରେ ମାୟାବତୀ ତାଙ୍କ ସମେତ ସମାଜବାଦୀ ପାର୍ଟିର ବହୁ ନେତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏପରିକି ତାଙ୍କ ବିରୋଧରେ ମାୟାବତୀ ଯୌନ ଶୋଷଣ ଅଭିଯୋଗ ଉଠାଇଥିଲେ। ତତ୍ସମୟରେ ମାୟାବତୀଙ୍କର ନାର୍କୋ ପରୀକ୍ଷା କରାଯାଉ ବୋଲି କହିବାରୁ ସେ ରାଜି ହୋଇ ନ ଥିଲେ। ଟିକଟ ବିକ୍ରି କରୁଥିବା ତଥା ମୁଲାୟମ ସିଂହ ଯାଦବ ଓ ଅନ୍ୟ ଏସ୍ପି ନେତାଙ୍କୁ ଗାଳିଗୁଲଜ କରିଥିବା ଲୋକଙ୍କୁ ବିଶ୍ବାସ କରାଯିବା ଉଚିତ ନୁହେଁ ବୋଲି ଶିବପାଲ ଦର୍ଶାଇଛନ୍ତି। ଉଲ୍ଲେଖ ଯେ, ୧୯୯୫ରେ ଏହି ଘଟଣା ଘଟିଥିଲା। ମୁଲାୟମଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରୁ ବିଏସ୍ପିର ସମର୍ଥନ ପ୍ରତ୍ୟାହାର ପରେ ମାୟାବତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପୂର୍ବରୁ ଏସ୍ପି ବିଧାୟକ ଓ କର୍ମୀମାନେ ଏକ ଗେଷ୍ଟହାଉସଠାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ଚର୍ଚ୍ଚିତ ଗେଷ୍ଟହାଉସ ଘଟଣା ଭାବେ ଜଣାଶୁଣା। ଦେଶର ସ୍ବାର୍ଥ ଦୃଷ୍ଟିରୁ ଗେଷ୍ଟହାଉସ ଘଟଣାର ତଦନ୍ତ କରାଇବାକୁ ସେ ନିଷ୍ପତ୍ତି ନେଇଥିବା ମାୟାବତୀ ଶନିବାର ଏସ୍ପି-ବିଏସ୍ପି ମେଣ୍ଟ ଘୋଷଣା ବେଳେ କହିଥିଲେ।
Popular Categories



