www.samajalive.in
Monday, December 8, 2025
27.1 C
Bhubaneswar

‘ମୁଚ୍ଛେ ହୋ ତୋ ନଥୁଲାଲ୍ ଜୀ ଜୈସି ହୋ….., ନିଶ ପାଇଁ ମାସିକ ଭତ୍ତା ୨୫୦ ଟଙ୍କା

ଲକ୍ଷ୍ନୌ : ବିଗ୍-ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ‘ସରାବି’ର ଏକ ମନଛୁଆଁ ସଂଳାପ ଥିଲା ‘ମୁଚ୍ଛେ ହୋ ତୋ ନଥୁଲାଲ୍ ଜୀ ଜୈସି ହୋ, ବରନା ନା ହୋ’ ଅର୍ଥାତ ନିଶ ରଖିବ ତ’ ନଥୁଲାଲଙ୍କ ଭଳି ନହେଲେ ନାହିଁ। ଆଜି ସେଇ ‘ନିଶ’ର  ଆଦର ବଢିଛି । ମୋଟା ତଥା ନିଶୁଆ ଲୋକଙ୍କୁ ସରକାର ମାସିକ ୨୫୦ ଟଙ୍କାର ଭତ୍ତା ଦେବେ। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ନୁହେଁ ନିଶୁଆ ପୁଲିସଙ୍କ ପାଇଁ ।

Pic. Credit : Image from Hindi Film Sharaabi

ଆଜ୍ଞା ହଁ ନିଶୁଆ ପୁଲିସଙ୍କ ପାଇଁ ଖୁସି ଖବର; କାରଣ ଉତ୍ତରପ୍ରଦେଶ ପୁଲିସ କର୍ତ୍ତୃପକ୍ଷ ନିଶ ରଖୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରିବାକୁ ଘୋଷଣା କରିଛନ୍ତି। କେବଳ ​ସେତିକି ନୁହେଁ; ସେମାନଙ୍କ ପାଇଁ ନିଶର ରକ୍ଷଣା​​‌ବେ‌କ୍ଷଣ ବାବଦ ଭତ୍ତା ୪୦୦ପ୍ରତିଶତ ବୃଦ୍ଧି କରିଛନ୍ତି। ଉତ୍ତରପ୍ରଦେଶ ପାଦେଶିକ ସଶସ୍ତ୍ର ପୁଲିସବାହିନୀ କ୍ଷେତ୍ରରେ ଏହା ଲାଗୁ ହେବ। ଏହି ବାହିନୀରେ ମୋଟ ୩୩ଟି ବାଟାଲିୟନ ରହିଛି। ଏହାର କନ୍‌ଷ୍ଟେବଳମାନେ ବଡ଼ ବଡ଼ ନିଶ ରଖିଛନ୍ତି। ପୂର୍ବରୁ ସେମାନଙ୍କୁ ନିଶ ରକ୍ଷଣାବେକ୍ଷଣ ବାବଦରେ ମାସିକ ୫୦ଟଙ୍କା ମିଳୁଥିଲା; କିନ୍ତୁ ଏବେ ଏହାକୁ ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ବାହିନୀ ମୁଖ୍ୟ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଏଡିଜି) ବିନୋଦ କୁମାର ସିଂହ। ପୁଲିସ କର୍ମଚାରୀଙ୍କ ମଧ୍ୟ ବଡ଼ ନିଶ ରଖିବା ପରମ୍ପରା ହ୍ରାସ ପାଉଥିବାରୁ ଏହାର ପୁନରୁଦ୍ଧାର ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସିଂହ କହିଛନ୍ତି। ବଡ଼ ନିଶ ପୁଲିସ କର୍ମଚାରୀଙ୍କ ବ୍ୟକ୍ତିତ୍ବ ବୃଦ୍ଧି କରିଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories