www.samajalive.in
Saturday, December 6, 2025
23.1 C
Bhubaneswar

ଆମ୍ବୁଲାନ୍ସ କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କୁ ନିଯୁକ୍ତି ନଦେବା ନେଇ ବିବାଦ, ପ୍ରତିବାଦରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କେନ୍ଦୁଝରଗଡ଼଼: ଲୋକମାନଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତମାସରୁ ଏକ ନୂତନ ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ହାତକୁ ନେଇଛି। କେନ୍ଦୁଝର ଜିଲାରେ ମୋଟ ୪୫ଟି ୧୦୮ ଆମ୍ବୁଲାନ୍ସ ସେବା ଜାରି ରହିଥିବା ବେଳେ ଏଥିପାଇଁ ୨୮୦ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। ତେବେ ନୂତନ ଭାବେ ପରିଚାଳନା ଦାୟିତ୍ୱ ନେଇôଥବା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର କେତେକ କର୍ମକର୍ତ୍ତାଙ୍କୁ ନିଯୁକ୍ତି ନଦେବା ନେଇ ସାରା ରାଜ୍ୟରେ ଏ ନେଇ ବିବାଦ ଆରମ୍ଭ ହୋଇଛି।

ଆସନ୍ତା ୩୧ ତାରିଖ ସୁଦ୍ଧା ପୂବ;ରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀଙ୍କୁ ନୂତନ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ନିଯୁକ୍ତି ପତ୍ର ପ୍ରଦାନ କରାନଗଲେ ବାଧ୍ୟ ହୋଇ ନଭେମ୍ବର ୧ ତାରିଖରୁ ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେବୋଲି ସଂଘର କେନ୍ଦୁଝର ସଭାପତି ବିପିନ ବିହାରୀ ମହାନ୍ତ ସୋମବାର ସହିଦ ସଦନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

- Advertisement -

ଏଥିସହ ନିଯୁକ୍ତି ପତ୍ରରେ ୮ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା କାର୍ଯ୍ୟକୁ ସଂଘ ବିରୋଧ କରିବା ସହ ବେତନ ଧାର୍ଯ୍ୟ କରାଯାଇ ନଥିବାରୁ ସମସ୍ତ କର୍ମଚାରୀଙ୍କ ପାଇଁ ସମାନ ବେତନ ଲାଗୁ କରିବା ପାଇଁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି। ୩ଦଫା ଦାବି ନେଇ ସଂଘ ସଭାପତି ଶ୍ରୀ ମହାନ୍ତଙ୍କ ନେତୃତ୍ୱରେ ଉପସଭାପତି ମାନସ ଲୋହାର, ସମ୍ପାଦକ ଜ୍ୟୋତିପ୍ରକାଶ ପାତ୍ର, ସହସମ୍ପାଦକ ସବ୍ୟସାଚୀ ମହାନ୍ତ, କୋଷାଧ୍ୟକ୍ଷ ଧୀରେନ କୁମାର ମହାନ୍ତ, ସଂଯୋଜକ ଯୁଧିଷ୍ଠିର ମହାନ୍ତ ଓ ଉପଦେଷ୍ଟା ଗିରିଜା ପ୍ରସାଦ ଖୁଣ୍ଟିଆ ପ୍ରମୁଖ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ଦାବି ପୂରଣ ସମ୍ପର୍କରେ ଅବଗତ କରିଛନ୍ତି।

୩୧ ତାରିଖ ସୁଦ୍ଧା ଦାବି ପୁରଣ ନହେଲେ ନଭେମ୍ବର ୧ ତାରିଖରୁ ସମସ୍ତ କର୍ମଚାରୀ ରୋଗୀ ସେବା ବନ୍ଦ କରି ରାଜରାସ୍ତାକୁ ବାଧ୍ୟହୋଇ ଓହ୍ଲାଇବୁ ଏବଂ ଏଥିପାଇଁ ଯାହା କ୍ଷୟକ୍ଷତି ହେବ ସେଥିପାଇଁ ଠିକାସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ସଭାପତି ଶ୍ରୀ ମହାନ୍ତ କହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories