www.samajalive.in
Saturday, December 6, 2025
19.1 C
Bhubaneswar

ସ୍ୱାମୀଙ୍କୁ ଏଥିପାଇଁ ହତ୍ୟା କରି ୮୪୦ କିଲୋମିଟର ଦୂରରେ ପୋଡି ଦେଲେ ସ୍ତ୍ରୀ..

ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସ ତେଲେଙ୍ଗାନାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି । ବ୍ୟକ୍ତିଙ୍କର ଜଳାଯାଇଥିବା ମୃତଦେହ କୋଡାଗୁ ଜିଲାର ଏକ କଫି ଇଷ୍ଟେଟ୍‌ରେ ମିଳିଥିଲା। ପୁଲିସ ଏହି ଘଟଣାରେ ବ୍ୟବସାୟୀଙ୍କ ୨ୟ ପତ୍ନୀ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି। ତଦନ୍ତ ପରେ ଜଣାପଡିଥିଲା, ମହିଳା ଜଣକ ୮ କୋଟି ଟଙ୍କା ସମ୍ପତ୍ତି ହଡପ କରିବା ପାଇଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ।

କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..

- Advertisement -

ପୁଲିସ କହିବାନୁଯାୟୀ, ମହିଳା ଜଣକ ସ୍ୱାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ୮୪୦ କିଲୋମିଟର ଦୂର କୋଡାଗୁରେ ପୋଡି ଦେଇଥିଲେ। ସିସିଟିଭି ଫୁଟେଜ୍‌ ଓ ଗାଡିର ରେଜିଷ୍ଟ୍ରେସନ୍‌ ସାହାଯ୍ୟରେ ମାମଲାର ପର୍ଦ୍ଦାଫାଶ କରାଯାଇଛି ।
ଅକ୍ଟୋବର ୮ରେ କୋଡାଗୁରେ ଏକ କଫି ଇଷ୍ଟେଟ୍‌ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ କର୍ଣ୍ଣାଟକ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୃତକ ୫୪ ବର୍ଷୀୟ ବ୍ୟବସାୟୀ ରମେଶ ବୋଲି ଜଣାପଡିଥିଲା । ଏହି ଘଟଣାକୁ ୧୬ ଅଧିକାରୀ ଓ ୪ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତକାରୀ ହଜାର ହଜାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ମୃତକଙ୍କ ପତ୍ନୀ ତଦନ୍ତ ସମୟରେ ନିଜ ଅପରାଧ ସ୍ୱୀକାର କରିଥିଲେ। କାହାକୁ ସନ୍ଦେହ ନହେବା ପାଇଁ ଥାନାରେ ସ୍ୱାମୀ ନିଖୋଜ ନେଇ ମଧ୍ୟ ମାମଲା ରୁଜୁ କରିଥିଲେ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories