www.samajalive.in
Monday, December 8, 2025
24.1 C
Bhubaneswar

ଝାଡ଼ଖଣ୍ଡରେ ଆଞ୍ଚଳିକ ଦଳ ସହିତ ହାତ ମିଳାଇଲା କଂଗ୍ରେସ

ରାଞ୍ଚି : ଉତ୍ତରପ୍ରଦେଶରେ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ସ୍ଥିର କରିବା ପରେ କଂଗ୍ରେସ ଏବେ ଝାଡଖଣ୍ଡ ଉପରେ ଧ୍ୟାନ ନିବେଶ କରିଛି। ମାସାଧିକ ସମୟର ଆଲୋଚନା ପର୍ଯ୍ୟାଲୋଚନା ପରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ଦଳ ଏବେ ଏଠାରେ ଆଞ୍ଚଳିକ ପାର୍ଟିଗୁଡିକ ସହିତ ହାତ ମିଳାଇଛି। କଂଗ୍ରେସ ସମେତ ଜେଏମ୍‌ଏମ୍‌, ଆରଜେଡି, ସିପିଆଇ ଏବଂ ବାବୁଲାଲ ମାରାଣ୍ଡିଙ୍କ ଝାଡଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌)କୁ ନେଇ ଗଠନ ହୋଇଛି ବିଜେପି ବିରୋଧୀ ମେଣ୍ଟ। ଏଥିସହ ଜେଏମ୍‌ଏମ୍‌ କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଜେଏମ୍‌ଏମ୍‌ ୪, ଜେବିଏମ୍‌ ୨ଟି, ଆରଜେଡି ଓ ସିପିଆଇ ଗୋଟିଏ ଲେଖାଏଁ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଅନ୍ୟ ଆସନଗୁଡିକରେ କଂଗ୍ରେସ ପ୍ରାର୍ଥୀ ଦେବ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୧୪ଟି ଆସନ ମଧ୍ୟରୁ ୧୨ଟିରେ ଜିତିଥିଲା। ଅନ୍ୟ ଦୁଇଟିରେ ଜେଏମ୍‌ଏମ୍‌ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଉକ୍ତବର୍ଷ ଜେଏମ୍‌ଏମ୍‌ ସହିତ ମେଣ୍ଟ କରି ୯ଟି ଆସନରେ ପ୍ରାର୍ଥୀ ଦେଇଥିବା କଂଗ୍ରେସ ଗୋଟିଏ ମଧ୍ୟ ଆସନ ଲାଭ କରିପାରି ନ ଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories