www.samajalive.in
Friday, December 12, 2025
16.1 C
Bhubaneswar

ବାନ୍ଦ୍ରା ଷ୍ଟେସନରେ ଦଳାଚକଟା, ୯ ଆହତ

ମୁମ୍ବଇ: ରବିବାର ମୁମ୍ବଇର ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା ଘଟି ୯ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶର ଗୋରଖପୁରକୁ ଯାଉଥିବା ଟ୍ରେନ ବାନ୍ଦ୍ରା ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ଛାଡିବ ବୋଲି ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଉକ୍ତ ପ୍ଲାଟଫର୍ମରେ ରାତି ୩ଟାରୁ ଦୀପାବଳି ଛୁଟି ଉପଲକ୍ଷେ ଘରକୁ ଯାଉଥିବା ଯାତ୍ରୀଙ୍କର ନାହିଁ ନଥିବା ଭିଡ ଜମିଥିଲା। ଏହା ଏକ ସାପ୍ତାହିକ ଟ୍ରେନ ହୋଇଥିବାରୁ ଗୋରଖପୁର ଯିବା ନିମନ୍ତେ ଅଧିକାଂଶ ଯାତ୍ରୀଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଟ୍ରେନଟି ପ୍ଲାଟଫର୍ମରେ ପହଞ୍ଚିବା ପରେ ଉପସ୍ଥିତ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ବିଶେଷ କରି ଅସଂରକ୍ଷିତ ବଗିରେ ଉଠିବାକୁ ଯାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ୨୨ ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ଚଢିବାକୁ ପ୍ଲାଟଫର୍ମରେ ପ୍ରାୟ ୧୫୦୦ ଯାତ୍ରୀ ଅପେକ୍ଷାରତ ଥିଲେ। ଏପରିକି ୟାର୍ଡରୁ ପ୍ଲାଟଫର୍ମକୁ ଆସୁଥିବାବେଳେ ଚଳନ୍ତା ଟ୍ରେନ୍‌ରେ ଚଢିବାକୁ ଉଦ୍ୟମ କରୁଥିବାବେଳେ ଖସିପଡି ୨ ଜଣ ଆହତ ହୋଇଥିଲେ। ଟ୍ରେନ୍‌ଟି ପ୍ଲାଟଫର୍ମରେ ରହିବା ପରେ ଆଗୁଆ ସିଟ୍‌ ପାଇବାକୁ ଯାତ୍ରୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା। ଫଳରେ ଦଳାଚକଟା ଘଟି ୯ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ଲାଟଫର୍ମରେ ରକ୍ତ ଛିଟା ଦେଖିବାକୁ ମିଳିଥିବାବେଳେ କେତେକ ଯାତ୍ରୀ ଆହତ ଅବସ୍ଥାରେ ଚଟାଣରେ ପଡି ଚିତ୍କାର କରୁଥିବା ଲକ୍ଷ୍ୟ କରାଯାଇଛି। ରେଳବାଇ ପୁଲିସ ଓ ସ୍ବେଚ୍ଛାସେବୀମାନେ ଷ୍ଟ୍ରେଚର ସାହାଯ୍ୟରେ ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ନେବାରେ ସହାୟତା କରିଥିଲେ। ଟ୍ରେନ୍‌ଟି ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳ ଅଭିମୁ​‌ଖେ ଯାତ୍ରା କରିଥିବା ଜଣାପଡିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories