www.samajalive.in
Saturday, December 13, 2025
26.1 C
Bhubaneswar

ଏସବୁ ରେଳ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ୍‌, ସାମୟିକ ପ୍ରତିବନ୍ଧକ ଲଗାଇଲା ରେଲଓ୍ବେ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରୀୟ ରେଳପଥର ଛତ୍ରପତି ଶିବାଜୀ ଟର୍ମିନସ୍, ଦାଦର, ଥାଣେ, ନାଗପୁର, ଲୋକମାନ୍ୟ ତିଲକ ଟର୍ମିନସ୍, କଲ୍ୟାଣ, ପୁଣେ ସମେତ ଅନେକ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଛି ରେଲଓ୍ବେ। ପ୍ଲାଟଫର୍ମ ପରିସରରେ ଭିଡ଼ ନିୟନ୍ତ୍ରଣ ଏବଂ ଷ୍ଟେସନ ପରିସର ମଧ୍ୟରେ ଯାତ୍ରୀମାନଙ୍କର ସୁଗମ ଯାତାୟତ ପାଇଁ ରେଲଓ୍ବେ ଏହି ନିଷ୍ପତ୍ତି ନେଇଛି। ରେଲଓ୍ବେ ଅଧିକାରୀଙ୍କ କହିବାନୁସାରେ, ଦୀପାବଳି ଏବଂ ଛଠ୍‌ ପୂଜା ପାଇଁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ। ତେବେ ବରିଷ୍ଠ ନାଗରିକ ଏବଂ ଚିକିତ୍ସା ଆବଶ୍ୟକ ଥିବା ଲୋକମାନଙ୍କ ପାଇଁ ଏହି ପ୍ରତିବନ୍ଧକ କୋହଳ ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories