ଦୁର୍ବଳ ହେଲା ବାତ୍ୟା ‘ଦାନା’: ପାରାଦ୍ବୀପ ବନ୍ଦର କୁଳକୁ ଫେରିଲା ଜାହାଜ

ଜଗତସିଂହପୁର:  ଜଗତସିଂହପୁର ଜିଲାରେ ବାତ୍ୟା ଦାନା ଦୁର୍ବଳ ହୋଇଥଲେ ମଧ୍ୟ ଏହାର ର ପ୍ରଭାବରେ ଶୁକ୍ରବାର ଦିନ ଦିନ ତମାମ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ତେବେ ବାତ୍ୟା ଦାନା ଦୁର୍ବଳ ହେବାପରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ସୁରକ୍ଷିତ ସ୍ଥାନ ରୁ ଜାହାଜ ଗୁଡିକୁ ଆଣିବା ର ବେବସ୍ଥା କରା ଯାଇଛି। ପାରାଦ୍ୱୀପ ବନ୍ଦର ଉପରେ ବାତ୍ୟା ଦାନା, ପ୍ରଭାବ ବେଶେଷ ଭାବରେ କିଛି ନଥିବା ବେଳେ ନିଷେଧାଞ୍ଚଳ ମଧ୍ୟରେ ଥିବା କିଛି ଖାଲୁଆ ଅଂଚଳରେ ପାଣି ଜମି ରହିଛି। ପାରାଦ୍ୱୀପ ବନ୍ଦର ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ୨୪ ଓ ୨୫ ତାରିଖରେ ସମସ୍ତ ପରିବହନ ଓ ଜାହାଜ ଚଳାଚଳକୁ ବନ୍ଦ କରାଯାଇଥିଲା।

ବାତ୍ୟା ପ୍ରଭାବ ଜଗତସିଂହପୁର ଜିଲ୍ଲା ଓ ପାରାଦୀପ ଉପରେ ସେତେଟା ନ ଥିବାରୁ ଆଜି ସମସ୍ତ ଜାହାଜ କୁ ସୁରକ୍ଷିତ ସ୍ଥାନ ରୁ ପାରାଦ୍ୱୀପ ବନ୍ଦରର ଆଙ୍କରେଜ କୁ ଅଣା ଯାଇଥିବା ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ ଅଧିକାରୀ ରତି ରଞ୍ଜନ ପ୍ରକାଶ କରିଛନ୍ତି। ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆଜି ସାନ୍ଧ୍ୟ ରେ କାର୍ଯ୍ୟକ୍ଷମ କରାଯାଇଛି। ଟ୍ରେନ ଯୋଗେ ପଣ୍ୟ ପାରାଦ୍ୱୀପ ବନ୍ଦର ରେ ପହଞ୍ଚିଛି।

ଫଳରେ ଜାହାଜରେ ଲୋଡ଼ ଅଲୋଡ଼ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ପାରାଦ୍ୱୀପ ବନ୍ଦର ପକ୍ଷରୁ କରାଯାଇଥିବା ଅସ୍ଥାୟୀ ରିଲିଫ କ୍ୟାମ୍ପ ଗୁଡିକ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ପାରାଦ୍ୱୀପ ର ତଳିଆ ଅଞ୍ଚଳ ରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ବେବସ୍ଥା କରାଯାଇଛି। ଆସନ୍ତା ଶନିବାର ଠାରୁ ପାରାଦ୍ୱୀପ ବନ୍ଦର କୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯିବ। ସମୁଦ୍ର ମଧ୍ୟରେ ଅଟକି ଥିବା ପଣ୍ୟ ବାହି ଜାହାଜ ଗୁଡିକୁ ଆଜି ରାତିରେ ପାରାଦ୍ୱୀପ ବନ୍ଦର ରେ ପ୍ରବେଶ କରିବାକୁ ବନ୍ଦର ପକ୍ଷରୁ କୁହାଯାଇଛି।

Comments are closed.