ଇଛାପୁର ପଞ୍ଚାୟତର ନୋଡାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଆଠଗଡ: ବାତ୍ୟା ପାଇଁ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ପଞ୍ଚାୟତରେ ଏକାଧିକ ବିଦ୍ୟାଳୟରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇଛି। ଆଠଗଡ ବ୍ଲକ ଅନ୍ତର୍ଗତ ଇଛାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୪ ଟି ବିଦ୍ୟାଳୟରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଅଧିକାରୀମାନେ ତଦାରଖ ଦାୟିତ୍ୱରେ ରହିଥିଲାବେଳେ ପଞ୍ଚାୟତ ସ୍ତରରେ ଜଣେ ନୋଡାଲ ଅଫିସର ରହିଛନ୍ତି। ଗୁରୁବାର ବିଜେପି ନେତା ଅଭୟ କୁମାର ବାରିକ ଇଚ୍ଛାପୁର ପଞ୍ଚାୟତକୁ ସକାଳ ୧୦ଟାରେ ସ୍ଥିତି ପରଖିବାକୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇଥିଲେ। ମାତ୍ର ସେସବୁ ସ୍ଥାନରେ ଉକ୍ତ ପଞ୍ଚାୟତର ନୋଡାଲ ଅଧିକାରୀଙ୍କ ଦେଖା ମିଳି ନ ଥିଲା। ଏ ବିଷୟରେ ବାରିକ ବିଡିଓଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଡ଼ିଓ ସଂପୃକ୍ତ ନୋଡାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡିଛି।

Comments are closed.