ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଛାତ୍ର

ଜଳେଶ୍ବର : ଗାଧୋଇବାକୁ ଯାଇ ନଦୀରେ ଜଣେ ଛାତ୍ର ଭାସିଯାଇ ନିଖୋଜ ଅଛନ୍ତି । ଜଳେଶ୍ବର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ଜଣେ ଦଶମ ଶ୍ରେଣୀ ଛାତ୍ର ଶୁକ୍ରବାର ସକାଳେ ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସିଯାଇଛନ୍ତି । ନିଖୋଜ ଛାତ୍ରଙ୍କ ପରିଚୟ ସାହିଲ ଦାସ ବୋଲି ଜଣାପଡିଛି । ସ୍ଥାନୀୟଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.