www.samajalive.in
Saturday, December 13, 2025
14.1 C
Bhubaneswar

ବସ୍ତା ବାତ୍ୟା ଆଶ୍ରୟସ୍ଥଳୀରେ ଅନିୟମିତତା ଧରିଲେ ମନ୍ତ୍ରୀ ଓ ସାଂସଦ

ଅମର୍ଦ୍ଦାରୋଡ଼ : ବାତ୍ୟା ସ୍ଥିତି ପରଖିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ଜିଲା ବସ୍ତା ବ୍ଲକ ସାହାଡ଼ା ପଞ୍ଚାୟତର ବାତ୍ୟା ଥଇଥାନ କେନ୍ଦ୍ରରେ ପହଞ୍ଚି ଅନିୟମିତତା ହେଉଥ‌ିବା ଜାଣିବାକୁ ପାଇଛନ୍ତି। ଖାଦ୍ୟର ମାନ ପରଖିବା ସାଙ୍ଗକୁ ବାତ୍ୟା (ସାହାଡ଼ା ସ୍କୁଲ)ରେ ଆଶ୍ରୟ ନେଉଥ‌ିବା ଲୋକଙ୍କୁ ନିଜେ ସାଂସଦ ଷଡ଼ଙ୍ଗୀ ଆଶ୍ରୟସ୍ଥଳୀରେ ଖାଇବାକୁ ଦେଇଥିଲେ। ସାଙ୍ଗରେ ବସ୍ତା ବିଡିଓ, ଜିପିଓ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ଏକ ପ୍ରକାର ବଡ଼ ଦୁର୍ନୀତି ସାମନାକୁ ଆସିଥିଲା । ସ୍ଥାନୀୟ ସରପଞ୍ଚ ଓ ଜିଲା ପରିଷଦଙ୍କ ଚାପରେ ପ୍ରଶାସନିକ ଅଧିକାରୀ ଅବାକ୍ ହୋଇଯାଇଥିଲେ। ଚାରି ଶହ ଲୋକ ଖାଉଥିବା ସ୍ଥଳେ ମନ୍ତ୍ରୀଙ୍କ ଉପସ୍ଥିତରେ ବାର ଶହ ଲୋକ ଖାଉଛନ୍ତି ବୋଲି ଦର୍ଶାଯାଇଥିଲା । ଏହା ସମ୍ପୂର୍ଣ୍ଣ ମିଛ ବୋଲି ସାଂସଦ ଓ ମନ୍ତ୍ରୀ ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଥିଲେ । ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାହାଡ଼ା ପଞ୍ଚାୟତ ଅଫିସ ବାତ୍ୟା ପାଇଁ ସେଣ୍ଟର ହୋଇଥିବା ସତ୍ତ୍ବେ ଏହା ବିପଦ ସମୟରେ ଅଫିସ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହୁଛି ବୋଲି ଏଡିଓ ଅମରେନ୍ଦ୍ର ମଲ୍ଲିକ ମନ୍ତ୍ରୀଙ୍କ ଆଗରେ ସ୍ଵୀକାର କରିଥିଲେ । ତେବେ ଦୁର୍ନୀତିରେ ସମ୍ପୃକ୍ତ ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥିତ ଲୋକେ ଦାବି କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା, ଜିଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବିଜେପି ନେତା ରବୀନ୍ଦ୍ର ନାଥ ଅଣ୍ଡିଆ ଉପସ୍ଥିତ ଥିଲେ। ବାତ୍ୟାକୁ ସଠିକ ଭାବେ ମୁକାବିଲା କରିବା ପାଇଁ ବ୍ଲକ ପ୍ରଶାସନକୁ ମନ୍ତ୍ରୀ ଓ ସାଂସଦ ନିର୍ଦେଶ ଦେଇଥିଲେ ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories