www.samajalive.in
Saturday, December 13, 2025
26.1 C
Bhubaneswar

ପୁରୀ ୨୮୩ ଓ ବାଲେଶ୍ଵରରେ ୨୨୭ ମିମି ବର୍ଷା

ପୁରୀ/ବାଲେଶ୍ଵର: ବାତ୍ୟା ପ୍ରଭାବରେ ପୁରୀ ଏବଂ ବାଲେଶ୍ଵର ଜିଲାରେ ପ୍ରବଳ ବର୍ଷା ହୋଇଛି। ପୁରୀ ଜିଲାରେ ସର୍ବାଧିକ ୨୮୩ ମିମି ବର୍ଷା ହୋଇଥିବାବେଳେ ବାଲେଶ୍ଵର ଜିଲାରେ ଶନିବାର ସକାଳ ୭ଟାରୁ ୯ଟା ମଧ୍ୟରେ ୨୨୭ ମିମି ବର୍ଷା ରେକର୍ଡ କରାଯାଇଛି।

ପୁରୀ ଜିଲାର କୃଷ୍ଣପ୍ରସାଦରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବାବେଳେ କଣାସରେ ୩୩, ପିପିଲିରେ ୩୦.୫, ବ୍ରହ୍ମଗିରିରେ ୨୯, ଅସ୍ତରଙ୍ଗରେ ୨୫, ଡେଲାଙ୍ଗ ୨୪, ଗୋପ ୨୨, କୋଣାର୍କ ୨୦, ନିମାପଡ଼ା ୧୮.୫, ପୁରୀ ୧୭, ସତ୍ୟବାଦୀ ୧୪ ଏବଂ କାକଟପୁର ବ୍ଲକରେ ୧୧.୫ ମିମି ବର୍ଷା ରେକର୍ଡ କରାଯାଇଛି।

- Advertisement -

ସେହିପରି ବାଲେଶ୍ଵର ଜିଲାର ସୋରରେ ସର୍ବାଧିକ ୬୦ ମିମି ବର୍ଷା​‌ ହୋଇଥିବାବେଳେ ଔପଦାରେ ୪୯ ମିମି, ବାଲେଶ୍ଵରରେ ୩୨ ମିମି, ବାହାନଗାରେ ୨୭ ମିମି, ସିମୁଳିଆରେ ୨୩ ମିମି ବର୍ଷା ହୋଇଛି। ଏହାବ୍ୟତୀତ ନୀଳଗିରିରେ ୧୩ ମିମି, ଖଇରାରେ ୧୧ ମିମି, ରେମୁଣାରେ ୭, ବସ୍ତାରେ ୩ ଏବଂ ଜଳେଶ୍ଵର ଓ ବାଲିଆପାଳରେ ୧ ମିମି ଲେଖାଏ ବର୍ଷା ହୋଇଛି। ଜିଲାରେ ହାରାହାରି ୧୮.୯୧ ମିମି ବର୍ଷା ରେକର୍ଡ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories