ଶୁକ୍ରବାର ରାଶିଫଳ: ଖୁସି ଖବର ମିଳିବା ସହ ଧନଲାଭ ଯୋଗ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- କୃଷି କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶକୁ ଉତ୍ତମ ମାନର କରିପାରନ୍ତି। ଅଧିକ ଶ୍ରମ ସ୍ବୀକାର କରିପାରନ୍ତି। ବେଳେବେଳେ ଭୁଲ ବୁଝାମଣା ଘଟିପାରେ।

ବୃଷ- କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟାବନତ ଭାବସମ୍ପନ୍ନ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ଦୃଢ଼ମନା ହେବେ। ସନ୍ତାନ ଲାଳସା ଜାତ ହୋଇପାରେ। ସର୍ବତ୍ର ବିଜୟୀ ହେବେ।

ମିଥୁନ- ଧନ ପ୍ରାପ୍ତି ପାଇଁ ଉଦ୍ୟମ କଷ୍ଟସାଧ୍ୟ ହେବ। ଚେଷ୍ଟାରୁ ବିରତ ହେବେ ଓ ସୁଖ ମଳିନ ପଡ଼ିପାରେ। ସହିଷ୍ଣୁ ପ୍ରକୃତିର ହୋଇପାରନ୍ତି। ସଂଯମୀ ହେଲେ ସମସ୍ୟା ମୁକ୍ତ ହେବ। ସାମାନ୍ୟ ଧନଲାଭର ସୂଚନା ମିଳୁଛି।

କର୍କଟ- ବିବାଦୀୟ ଘଟଣାରେ ଛନ୍ଦି ହୋଇପାରନ୍ତି। ବାକ୍ ସଂଯମୀ ହେଲେ କିଛିଟା ସୁଧାର ଆସିପାରେ। ଅତ୍ୟଧିକ ମିଷ୍ଟାନ୍ନ ଭୋଜନ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଆୟ ଯତ୍କିଞ୍ଚିତ୍ ହେବ। ଚିନ୍ତାଧାରା ମହତ ହେବ।

ସିଂହ- ଶାସନ କ୍ଷେତ୍ରରେ କଠିନ ସ୍ବଭାବସମ୍ପନ୍ନ ହେଉଥିବାବେଳେ ପାଳନ କ୍ଷେତ୍ରରେ ଦୟାର ଅବତାର ହୋଇପାରନ୍ତି। ଜନକଲ୍ୟାଣ ପାଇଁ ଅଧିକ ବ୍ୟୟ ପାଇଁ କୁଣ୍ଠା ପ୍ରକାଶ କରିବେ ନାହିଁ। ସ୍ନେହୀ ହେବେ।

କନ୍ୟା- ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇ ଆନନ୍ଦରେ ଅଧୀର ହୋଇପାରନ୍ତି। ବୁଦ୍ଧିମତ୍ତାର ପରିଚୟ ଦେବେ। ବନ୍ଧୁ ସହାୟତା ପାଇବେ। ନିର୍ଲୋଭ ପ୍ରକୃତିର ହେବେ। ଅତିଥି, ଗୁରୁ ଓ ଦେବ କାର୍ଯ୍ୟ ଆଗ୍ରହୀ ହେବେ।

ତୁଳା- ରାଜତୁଲ୍ୟ କ୍ଷମତାଧାରୀ ଓ ସ୍ବଚ୍ଛଳ ବର୍ଗର ହେବେ। ଶତ୍ରୁ ଉପରେ ଅକ୍ଲେଶରେ ବିଜୟ ହାସଲ କରିପାରନ୍ତି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନରମ ସ୍ବଭାବ, ଦୟା ଓ କ୍ଷମାର ଅବତାର ହେବେ।

ବିଛା- ସୁତାର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଜନସାଧାରଣ ଓ ପରିବାର ସହ ସ୍ନେହ, ପ୍ରୀତିଭାବାପନ୍ନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ଧନୁ- ବିତର୍କରେ ଭାଗ ନ ନେଇ ଓହରି ଆସିବା ଆପଣଙ୍କ ପକ୍ଷେ ଭଲ ହେବ। ଦିନସାରା କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ସହାୟକମାନେ କରଛଡ଼ା ଦେଇପାରନ୍ତି। ସତର୍କତାର ଦିନ ଆଜି।

ମକର- ବୈଦିକ ଶାସ୍ତ୍ରାନୁସାରେ କାର୍ଯ୍ୟ ନ କରି କାହାରି କୁପରାମର୍ଶରେ କାର୍ଯ୍ୟ କଲେ ପରେ ମନସ୍ତାପ କରିବାକୁ ପଡ଼ିବ। ଆଚାରୀ ନ ହୋଇ ସ୍ବେଚ୍ଛାଚାରୀ ହେଲେ ବିପଦ ଓ ଭୟର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ- କଠିନ ସମୟର ଉପସ୍ଥିତିରେ ଦୁର୍ଭାଗ୍ୟକୁ ଆଦରି ରହିବାକୁ ପଡ଼ିବ। କଷ୍ଟ ସହିଷ୍ଣୁ ହେବେ। ପ୍ରତି କାର୍ଯ୍ୟରେ ଓ କଥାବାର୍ତ୍ତାରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଉଦ୍ୟମ ଫଳବତୀ ହୋଇପାରେ।

ମୀନ- ବହୁ ସୁଖର ଅଧିକାରୀ ହେବେ। ଗୁପ୍ତ ବିଦ୍ୟା ହାସଲ କରିବାରେ ମନ ବଳାଇ ପାରନ୍ତି। ଦ୍ବିଜ ଦେବତାମାନଙ୍କ ପ୍ରତି ଅଟଳ ଭାବ ଭକ୍ତିସମ୍ପନ୍ନ ହେବେ। ସାଧୁ ପ୍ରଦତ୍ତ ସ୍ନେହ, କରୁଣା ଓ ଆଶୀର୍ବାଦରୁ ସୁଖ ମିଳିବ।

Comments are closed.