ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ୩ଦିନ ପାଇଁ ବନ୍ଦ

ନୀଳଗିରି: ବାତ୍ୟା ‘ଦାନା’ ପାଇଁ ପ୍ରଶାସନ ତରଫରୁ ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ୩ଦିନ ପାଇଁ ବନ୍ଦ ରଖାଯାଇଛି । ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଶୈବପୀଠ ବନ୍ଦ କରାଯାଇଥିବା ବେଳେ ଏହି ଦିନମାନଙ୍କରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ା ଯିବନାହିଁ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ଶୁଭଶ୍ରୀ ରଥ କହିଛନ୍ତି ।

ଏହି ଶୈବପୀଠଟି କୁଲଡିହା ଅଭୟାରଣ୍ୟର ଏକ ଅଂଶବିଶେଷ ହୋଇଥିବା ଯୋଗୁ ଏହି ଅଞ୍ଚଳରେ ବହୁ ବଡ଼ ବଡ଼ ଗଛ ଓ ପଥରମାନ ରହିଛି । ବାତ୍ୟାର ପ୍ରଭାବରେ ଗଛ ଗଡ଼ିବା ଏବଂ ପଥର ଭୁଶୁଡ଼ିବା ଆଶଙ୍କା ରହିଥିବା ଯୋଗୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏଭଳି ନିଷ୍ପତି ନେଇଛି ।

Comments are closed.