ଜଷ୍ଟିସ ସଞ୍ଜୀବ ଖାନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଜଷ୍ଟିସ ସଞ୍ଜୀବ ଖାନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସଞ୍ଜୀବ ଖାନାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନା ଦାୟିତ୍ବ ଗ୍ରହଣ କରିବେ।
ଜଣେ ଆଇନଜୀବୀ ଭାବେ ଜୀବନ ଆରମ୍ଭ କରିଥିବା ଜଷ୍ଟିସ ଖାନା ପରବର୍ତ୍ତୀ ସମୟରେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଥିବା ଜଷ୍ଟିସ ଖାନା ଭାରତର ସୁପ୍ରିମ କୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି।
Comments are closed.