www.samajalive.in
Monday, December 8, 2025
27.1 C
Bhubaneswar

ହୋମଗାର୍ଡକୁ ମାଡ଼ ମାରି ଟଙ୍କା ଓ ମୋବାଇଲ ଲୁଟ୍ ମାମଲା : ୩ ଗିରଫ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ କାର୍ଯ୍ୟରତ ହୋମଗାର୍ଡକୁ ମାଡ଼ମାରି ଟଙ୍କା ଓ ମୋବାଇଲ ଲୁଟ୍ କରିବା ଅଭିଯୋଗରେ ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ଭେଙ୍କେଟରାୟପୁର ଗାଁ ର ରାଜୁ ନାୟକ, ନୁଆଁ ଗୋଳାବନ୍ଧ ଗାଁ ର  ବି ଜଗମାୟା ଓ ଗୁରୁଣ୍ଠି ବଡ଼ ସାହିର ଏସ ସୁଶାନ୍ତ ବୋଲି ଜଣାପଡିଛି ।  ବୁଧବାର ଗୋପାଳପୁର ଥାନାର ହୋମଗାର୍ଡ ଜି .ଜଗନ୍ନାଥ ବାତ୍ୟା ଦାନା ଉଦେଶ୍ୟରେ ବେଳାଭୂମିରେ ଡ୍ୟୁଟିରେ ଥିଲେ । ରାତି  ପ୍ରାୟ  ସାଢେ ୯ ଟା ସମୟରେ ପର୍ଯ୍ୟଟକଙ୍କୁ ବାରଣ କରିବା ନିମନ୍ତେ ବେଳାଭୂମିରେ ବୁଲୁ ଥିବା ବେଳେ ମେ ଫେୟାର ବେଳାଭୂମି ଠାରେ  ଅନ୍ଧାର ସ୍ଥାନରେ ୩ଜଣ ବସିରହିଥିବା ସେ ଦେଖି ସେମାନଙ୍କୁ ବାରଣ କରିଥିଲେ  । ଏଥିରେ ରାଗିଯାଇ ସେମାନେ ଜଗନ୍ନାଥଙ୍କୁ  ଅସଭ୍ୟ ଭାଷାରେ ଗାଳିଗୁଲଜ  କରିବା ସହ ମାରପିଟ କରି ତାଙ୍କ ମୋବାଇଲ ଏବଂ ନଗଦ କିଛି  ଟଙ୍କା ଛଡାଇ ନେଇ ଚାଲିଯାଇଥିଲେ । ଏହି ସମୟ ରେ  ବେଳାଭୂମିରେ ନିୟୋଜିତ ଥିବା ଅନ୍ୟ ପୁଲିସ ସେହି ୩ ଜଣକୁ କାବୁ କରି ଥାନାକୁ ଆଣି ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଉଦ୍ଧାର କରି ହୋମଗାର୍ଡ ଜଗନ୍ନାଥଙ୍କୁ ହସ୍ତାନ୍ତର କରିଥିଲେ । ଜଗନ୍ନାଥଙ୍କ ଅଭିଯୋଗ ମୁତାବକ  ପୁଲିସ ଏକ  ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories