ଦୁଇ ଦଶନ୍ଧିର ବାତ୍ୟା ବିଭୀଷିକା: ଜାଣନ୍ତୁ କେଉଁ ବର୍ଷ ଥିଲା କେତେ ପବନର ବେଗ

ଭୁବନେଶ୍ୱର: ଗତ ଦୁଇ ଦଶକ ମଧ୍ୟରେ ବିଶ୍ୱରେ ବିଶେଷତଃ ବଙ୍ଗୋପ ସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତୋଫାନର ତୀବ୍ରତା ଏ ପର୍ଯ୍ୟନ୍ତ ୧୯୯୯ର ମହାବାତ୍ୟାରେ ସର୍ବାଧିକ ଥିବା ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ୧୯୯୯ର ମହାବାତ୍ୟାରେ ପବନର ସର୍ବାଧିକ ଦିଗ ସ୍ଥଳ ବିଶେଷରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ ହାରାହାରି ଏହାର ଘଣ୍ଟାପ୍ରତି ବେଗ ୨୭୦ କିଲୋମିଟର ରହିଥିଲା। ଏହାପରେ ଯେତେ ସାମୁଦ୍ରିକ ଝଡ଼ତୋଫାନ ଅଥବା ବାତ୍ୟା ଆସିଛି ୨୦୧୩ର ଫାଇଲିନ ସର୍ବାଧିକ ୨୪୦ କିଲୋମିଟର ଘଣ୍ଟାପ୍ରତି ବେଗ ରହିଥିବାବେଳେ ୨୦୧୯ ମେ ୩ ତାରିଖରେ ପୁରୀ ସମୁଦ୍ର କୂଳ ଚନ୍ଦ୍ରଭାଗା ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିବା ଫନିର ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ରହିଥିଲା।

ତେବେ ମହାବାତ୍ୟା, ଫାଇଲିନ, ହୁଡହୁଡ ଫନି ଭଳି ସାମୁଦ୍ରିକ ତୋଫାନ ଏ ପର୍ଯ୍ୟନ୍ତ ଓଡ଼ିଶାେ ସର୍ବାଧିକ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି।

Comments are closed.