www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍କୁଳ ସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ସମ୍ପନ୍ନ

ସମ୍ବଲପୁର : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ସମ୍ବଲପୁରର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ – ୧ ଠାରେ ଦୁଇ ଦିନ ଧରି ଚାଲିଥିବା ସଙ୍କୁଳ ସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ବାଦ୍ୟ ଯନ୍ତ୍ର ବାଦନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରତନ କୁମାର ପୂଜାରୀ, ଶଙ୍କର ପ୍ରସାଦ ପ୍ରଧାନ ଓ ସୁର୍ଯ୍ୟ ପ୍ରକାଶ ଗୁରୁ ପ୍ରମୁଖ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୁରୁନାନକ ପବ୍ଲିକ ସ୍କୁଲର ପ୍ରାଚାର୍ଯ୍ୟ ଆରଏନ ଦାଶ ଯୋଗ ଦେଇଥିଲେ। ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଆର୍ଶୀବାଦ ପ୍ରଦାନ କରିବା ସହିତ ଆଗାମୀ ସ୍ତର ଯଥା ସଂଭାଗ ସ୍ତରୀୟ ପ୍ରତିଯୋଗିତାରେ ଆହୁରୀ ଉତ୍ତମ ପ୍ରଦର୍ଶନ ନିମନ୍ତେ କୃତୀ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସଂଭାଗ ସ୍ତରୀୟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ – ୧, କଟକରେ ଆଗାମୀ ଅକ୍ଟୋବର ୨୮ ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ବିଦ୍ୟାଳୟର ପ୍ରାଚାର୍ଯ୍ୟା ରଣରଞ୍ଜୟ ସିଂ ସୂଚନା ଏହି ଅବସରରେ ଦେଇଥିଲେ। ଏହି ଏକତା ପର୍ବ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଧମୁଣ୍ଡା, ଦେବଗଡ଼, ବୌଦ୍ଧ, ଝାରସୁଗୁଡା, କୁତ୍ରା, ଏମସିଏଲ ଜଗନ୍ନାଥ, ଏମସିଏଲ ସୁଭଦ୍ରା, ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର-୧ ଏବଂ ସମ୍ବଲପୁର-୨ ର ୩୨୧ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପ ପ୍ରାଚାର୍ଯ୍ୟ ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories