www.samajalive.in
Monday, December 8, 2025
13.1 C
Bhubaneswar

ମୁହାଣ ଅଞ୍ଚଳରେ ବାଲିବସ୍ତାର ଆଡ଼ିବନ୍ଧ ନିର୍ମାଣ କଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ସମୁଦ୍ର କୂଳରେ ଥିବା ମୁହାଣରେ ବାତ୍ୟା ଜନିତ ଜୁଆର ଓ ବର୍ଷାଜଳକୁ ଆଖି ଆଗରେ ରଖି ଶତାଧିକ ମତ୍ସ୍ୟଜୀବୀ ସମୁଦ୍ର ଏବଂ ମୁହାଣ ମଝିରେ ବାଲିବସ୍ତା ପକାଇ ଅସ୍ଥାୟୀ ଆଡି ବନ୍ଧ ନିର୍ମାଣ କରିଛନ୍ତି। ମାର୍କଣ୍ଡି ସମେତ ଆଖପାଖ ୭ ଖଣ୍ଡ ଗାଁର ହଜାର ହଜାର ମତ୍ସ୍ୟଜୀବୀ ଗତ ୨ ଦିନ ହେଲା ମୁହାଣ ଅଞ୍ଚଳରେ ଆଡ଼ିବନ୍ଧ ନିର୍ମାଣରେ ଲାଗି ପଡ଼ିଛନ୍ତି। ଦୁଇ ଦିନ ତଳୁ ସାତ ଫୁଟ ଉଚ୍ଚତାର ବାଲି ବସ୍ତା ପକାଇ ବନ୍ଧ ବାନ୍ଧି ଥିଲେ କିନ୍ତୁ ଜୁଆର ମାଡି ଯୋଗୁଁଁ ଅନେକ ବାଲି ବସ୍ତା ଭାସି ଯାଇଥିଲା। ଏହା ସତ୍ତ୍ବେ ମଧ୍ୟ ଶତାଧିକ ମତ୍ସ୍ୟଜୀବୀ ଆଡ଼ିବନ୍ଧ ନିର୍ମାଣରେ ଲାଗିଛନ୍ତି।

ଆଡ଼ିବନ୍ଧ ନିର୍ମାଣ ହେଲେ ନଦୀରୁ ସମୁଦ୍ର ମଧ୍ୟକୁ ଓ ସମୁଦ୍ରରୁ ନଦୀକୁ ଡଙ୍ଗା ନେବା ଆଣିବାରେ ସହଜ ହେବ ଏବଂ ମତ୍ସ୍ୟଜୀବୀ ମାନେ ସୁବିଧାରେ ମାଛଧରା କରିପାରିବେ। ଡଙ୍ଗା ଓ ଜାଲକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ୭ ଖଣ୍ଡ ର ଗାଁର ମତ୍ସ୍ୟଜୀବୀ ମାନେ ଚାନ୍ଦା କରି ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏପରି ଆଡ଼ିବନ୍ଧ ନିର୍ମାଣ କରିଥାନ୍ତି। ଦୀର୍ଘ ବର୍ଷ ଧରି ସରକାରକୁ ବାରମ୍ବାର ଗୁହାରି କରିବା ସତ୍ୱେ ମାର୍କଣ୍ଡି ମୁହାଣରେ ସବୁଦିନିଆ ମୁହାଣ ନିର୍ମାଣ କରାଯାଇପାରିଲା ନାହିଁ। ଯାହାଫଳରେ ବର୍ଷକର କେବଳ ତିନିମାସ ମୁହାଣ ଖୋଳା ଯାଇ ମାଛ ଧରାବାକୁ ଯାଇ ହେଉଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଗୋପାଳପୁର ଓ ମାର୍କଣ୍ଡ ଠାରେ ସବୁଦିନିଆ ମୁହାଣ ବ୍ୟବସ୍ଥାକୁ ଶିଘ୍ର କରିବାକୁ ଅନେକ ମତ୍ସ୍ୟଜୀବୀ ଦାବି ଜଣାଇଛନ୍ତି।

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories