ଲଳିତ ଦାସ ଓଏସ୍‌ଏସ୍ଏସ୍‌ସି ଅଧ୍ୟକ୍ଷ

ଭୁବନେଶ୍ବର: ଅମିନ, ଆରଆଇ ପରୀକ୍ଷା ନେଇ ବିବାଦରେ ଥିବା ଓଡ଼ିଶା ସବ୍‌ଅର୍ଡିନେଟ ଷ୍ଟାଫ ସିଲେକ୍ସନ୍ କମିସନ (ଓଏସ୍‌ଏସ୍ଏସ୍‌ସି) ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇପିଏସ୍ ଡ. ଲଳିତ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେହିପରି ଅବସରପ୍ରାପ୍ତ ଆଇଏଏସ୍‌ ଡ. ଉଦ୍ଧବ ଚନ୍ଦ୍ର ମାଝୀ ଏବଂ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ କମିସନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଓଏସଏସଏସସି ଦ୍ୱାରା ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ନିକଟରେ ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.