ଉପଡ଼ାକଘର ସାମ୍ନାରେ ଜଳିଗଲା କେବିନ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଉପଡ଼ାକଘର ସାମ୍ନାରେ ହାଟ ପଡିଆରେ ଥିବା ଏକ କେବିନରେ କୌଣସି କାରଣରୁ ନିଆଁ ଲାଗି ଜଳିଯିବା ସହ କେବିନରୁ ଉଠୁଥିବା ନିଆଁରେ ଏକ ଆମ୍ବ ଗଛରେ ନିଆଁ ଲାଗି ଯାଇଥିଲା। ଗତରାତି ଏହି ସମୟରେ ସେଠାରେ ଥିବା ଓମଫେଡ ପାର୍ଲରକୁ କ୍ଷୀର ଯୋଗାଇବାକୁ ଆସିଥିବା ଗାଡି ଚାଳକ ପ୍ରଥମେ ନିଆଁ ଲାଗିଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ସେ ପାର୍ଲର ମାଲିକଙ୍କୁ ଜଣାଇବା ପରେ ସେ ଅନ୍ୟାନ୍ୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କେବିନରୁ ନିଆଁ ଲିଭାଇଥିଲେ। ଆଜି ସକାଳୁ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛରେ ଲାଗିଥିବା ନିଆଁକୁ ଲିଭାଇଥିବା ଜଣାପଡିଛି।

Comments are closed.