www.samajalive.in
Wednesday, December 10, 2025
14.1 C
Bhubaneswar

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ପକ୍ଷରୁ ପ୍ରସ୍ତୁତି ବୈଠକ

ଗଞ୍ଜାମ :ଗଞ୍ଜାମ ବ୍ଲକ କନଫରେନ୍ସ ହଲ ଠାରେ ମଙ୍ଗଳବାର ସମ୍ଭାବ୍ୟ ବାତ୍ୟା କୁ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବାତ୍ୟା ସମୟରେ କିଭଳି ସତର୍କତା ଅବଲମ୍ବନ କରି ସଫଳ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ବ୍ଲକ ଅଧକ୍ଷକ୍ଷ ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ବାତ୍ୟା ମୁକାବିଲା ପାଇଁ ବ୍ଲକର ବିଭିନ୍ନ ବିଭାଗ ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମୂର୍ତ୍ତିକା ସଂରକ୍ଷଣ, ମସ୍ୟ, ବିଦୂତ ବିଭାଗ ସହିତ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା ହୋଇଥିଲା କ୍ଷ ପ୍ରଶାସନ ସମ୍ପୂର୍ଣ ସଜାଗ ଥିବା ସୂଚନା ଦିଆଯାଇଥିଲା।  ବାତ୍ୟା ସମୟରେ ପ୍ରାୟ ୧୦୬ ସେଭ ସେଣ୍ଟର ଚି଼ହ୍ନଟ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି କ୍ଷ ସେଥିମଧ୍ୟରୁ ୭୧ ଟି ସ୍କୁଲ ରହିଛି। ସେଗୁଡିକ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ, ପାନୀୟ ଜଳ ବ୍ୟବସ୍ଥା ଓ ସାନିଟେସନ ଆଦି ବ୍ୟବସ୍ଥା କରାଯିବାନେଇ ଆଲୋଚନା ହୋଇଥିଲା।

- Advertisement -

ବାତ୍ୟା ସମୟରେ ଏହି ବ୍ଲକର ପନ୍ଦର ପଞ୍ଚାୟତକୁ ଚାରୋଟି ଓଡ୍ରାଫ ଟିମ ନିୟୋଜିତ ହେବେ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି। ଏହି ବୈଠକରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା,ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ହୁମ୍ମା ଫାଣ୍ଡି ଅଧିକାରୀ ସୁଭ୍ରଜିତ ସାମନ୍ତରାୟ , ଗଞ୍ଜାମ ଥାନା ଏସ ଆଇ ଏସ କେ ରାୟ,ବାତ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ ମାନେ,ସରପଞ୍ଚ, ସମିତି ସଭ୍ୟ ସମେତ ବିଭିନ୍ନ ପଞ୍ଚାୟତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories