ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଭୟଭୀତ ନହେବାକୁ ସରକାରଙ୍କ ବାରମ୍ବାର ଚେତାବନୀ ସତ୍ୱେ ପନିପରିବା ସମେତ ବିଭିନ୍ନ ଖାଉଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଚାଲିଛି। ଏହାକୁ ଦୃଢହସ୍ତରେ ରୋକିବା ପାଇଁ ରାଜ୍ୟ ସରକାର ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଘନ ଘନ ବୈଠକ କରି ଯୋଗାଣ ମନ୍ତ୍ରୀ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେବା ସହ ସିଏମସି ଅଧିକାରୀମାନେ କଟକ ଛତ୍ରବଜାରରେ ଚଢାଉ କରିଥିଲେ। ଏପଟେ ବିଏମସି ଅଧିକାରୀମାନେ ମଧ୍ୟ ରାଜଧାନୀର ପ୍ରମୁଖ ୧ନଂ ମାର୍କେଟରେ ଚଢାଉ କରି ସବୁ ପନି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଯାଞ୍ଚ କରିଛନ୍ତି। ବ୍ୟବସାୟୀମାନେ କିନ୍ତୁ କଳାବଜାରୀ କରିବାରେ ଫୁରସତ ଦେଉନାହାଁନ୍ତି। ଦୁଇ ଦିନ ତଳେ ଆଳୁ କିଲୋ ପିଛା ୩୦ ଟଙ୍କା ଥିବା ବେଳେ ଏହା ୫୦ଟଙ୍କା ହୋଇଛି। ଅନ୍ୟ ପରିବା ମଧ୍ୟ କିଲୋପିଛା ୮୦ଟଙ୍କା ଉପରେ ରହିଛି। ବାତ୍ୟା ନାମରେ ଏଭଳି ଦର ବୃଦ୍ଧିକୁ ଖାଉଟି ନାପସନ୍ଦ କରିବା ସହିତ ଅସାଧୁ ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Popular Categories



