କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ..

ବରଗଡ : ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ହୃଷିକେଶ ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ୩ ହଜାର ଟଙ୍କା ଆଣିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଲାଗି ଗଠିତ ଏକ ଟିମ୍‌ର ରିପୋର୍ଟ ଆଧାରରେ ହୃଷିକେଶ ଭୋଇଙ୍କୁ ନିଲମ୍ବିତ କରାଯାଇଛି। କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା।

ସମ୍ଭାବ୍ୟ ବାତ୍ୟା ‘ଦାନା’; ଉତ୍ତର ଓଡିଶାରେ ରହିବ ବେଶୀ ପ୍ରଭାବ – ଆଇଏମ୍‌ଡି ଡିଜି

Comments are closed.