www.samajalive.in
Thursday, December 11, 2025
15.1 C
Bhubaneswar

ନିଜ ଅଞ୍ଚଳର ସ୍କୁଲ ପିଲାଙ୍କୁ ଗଣିତ ଓ ବିଜ୍ଞାନରେ ମାର୍ଗଦର୍ଶନ କରାଇବେ ଆଇଆଇଟି, ଆଇଜର

ନୂଆଦିଲ୍ଲୀ : ଗଣିତ ଓ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନେ ଯେମିତି ପଛରେ ନ ପଡ଼ିବେ ସେଥିପାଇଁ ଇଣ୍ଡିଆନ୍‌ ଇନ୍ସଟିଚ୍ୟୁଟ ଅଫ ଟେକ୍‌ନୋଲଜି (ଆଇଆଇଟି) ଓ ଇଣ୍ଡିଆନ୍‌ ଇନ୍ସଟିଚ୍ୟୁଟ ଅଫ ସାଇନ୍ସ ଏଡୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ଭଳି ଅନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଦାୟିତ୍ବ ନେବେ। ଏହି ଜାତୀୟସ୍ତରର ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ଆଖପାଖରେ ରହିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ବିଜ୍ଞାନ ବିଷୟରେ ମାର୍ଗଦର୍ଶନ କରିବେ ଓ ସେମାନଙ୍କ ତତ୍ତ୍ବାବଧାରକ ଭାବେ କାର୍ଯ୍ୟ କରିବେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ପ୍ରକାଶ ଜାବଡେକର। ପ୍ରାଥମିକସ୍ତରରୁ ଛାତ୍ରଛାତ୍ରୀଙ୍କୁ ଆମୋଦଦାୟକ ଢ଼ଙ୍ଗରେ ଏହିସବୁ ବିଷୟ ଶିକ୍ଷା ଦିଆଗଲେ ଏଥିପ୍ରତି ରହିଥିବା ଭୟ ଦୂର ହେବ। ଏ କ୍ଷେତ୍ରରେ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ବ ରହିଛି; ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଆଇଆଇଟି ଓ ଆଇଜରଗୁଡ଼ିକ ନିଜ ପରିସରର ଆଖପାଖ ୧୦ରୁ ୧୫ଟି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆବଶ୍ୟକ ତାଲିମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସମାନ ଭୂମିକା ନିଭାଇପାରିବେ ବୋଲି ଜାବଡେକର କହିଛନ୍ତି। ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍‌ ଅବସରରେ ଜାବଡେକର କହିଛନ୍ତି ଯେ ଅଧିକାଂଶ ଛାତ୍ରଛାତ୍ରୀ ଏହି ଦୁଇ ବିଷୟରେ ପଛୁଆ ରହୁଥିବା ସର୍ଭେରୁ ଜଣାପଡ଼ିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟସ୍ତରରୁ ଗବେଷଣା ମନୋବୃତ୍ତି ସୃଷ୍ଟି ହେବା ଅାବଶ୍ୟକ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories