www.samajalive.in
Monday, December 8, 2025
13.1 C
Bhubaneswar

ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାକୁ ବି ଛଡାଯିବନି : ନେତାନ୍ୟାହୁ

ଜେରୁଜେଲମ : ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ପରେ ଇରାନ୍ , ହିଜବୁଲ୍ଲାକୁ କଡା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଇରାନ୍, ହିଜବୁଲ୍ଲା ବିରାଟ ବଡ ଭୁଲ୍ କରିଛନ୍ତି। ହତ୍ୟା ଷଡଯନ୍ତ୍ର ଶତ୍ରୁଙ୍କୁ ନିପାତ କରିବାରେ ରୋକି ପାରିବନି। ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାରିକୁ ବି ଛଡାଯିବନି। ତେବେ ହମାସ୍‌ ମୁଖ୍ୟ ୟାହା ସିନୱାରଙ୍କୁ ହତ୍ୟା କରାଯିବାର ଦିନକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଅର୍ଥାତ୍ ଶନିବାର ଇସ୍ରାଏଲର ସିଜାରିଆ ସହରରେ ଥିବା ନେତାନ୍ୟାହୁଙ୍କ ବାସଭବନକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଇଥିଲା। ତେବେ ନେତାନ୍ୟାହୁ ସେଠାରେ ଉପସ୍ଥିତ ନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା।  ଲେବାନନ୍‌ ପଟୁ ଆସିଥିବା ଏହି ଡ୍ରୋନ୍‌ଟି ଗୋଟିଏ ଅଟ୍ଟାଳିକାରେ ପଡିଥିଲା। ଅନ୍ୟ ଦୁଇଟି ଡ୍ରୋନ୍‌କୁ ଇସ୍ରାଏଲ ସେନା ଆକାଶମାର୍ଗରେ ନଷ୍ଟ କରିଦେଇଥିଲା। ତେବେ ଡ୍ରୋନ୍‌ ଆକ୍ରମଣ ସମ୍ପର୍କରେ ଲେବାନନ୍‌ରେ ସକ୍ରିୟ ଥିବା ହେଜବୋଲ୍ଲା ସଂଗଠନ ପକ୍ଷରୁ ସ୍ବୀକାର କରାଯାଇନାହିଁ। ଶନିବାର ଇସ୍ରାଏଲ ପକ୍ଷରୁ ଲେବାନନ ରାଜଧାନୀ ବେରୁଟ୍‌ର କେତେକ ଅଞ୍ଚଳରେ ବୋମାମାଡ କରାଯାଇଥିବାବେଳେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories