www.samajalive.in
Thursday, December 11, 2025
18.1 C
Bhubaneswar

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

ସମ୍ବଲପୁର: ପୂର୍ବତଟ ରେଳବାଇର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଝାରସୁଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଛତିଶଗଡ଼଼ ଓ ଓଡ଼ିଶାର ସାଂସଦ ମାନେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସାଂସଦ ମାନେ ବରିଷ୍ଠ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ବିଭାଗୀୟ କମିଟିର ସଭାପତି ରୂପେ ମନୋନୀତ କରିଥିଲେ। ବୈଠକରେ ବଲାଙ୍ଗୀରର ସାଂସଦ ସଙ୍ଗୀତା କୁମାର ସିଂହଦେଓ, ବରଗଡ଼଼ ସାଂସଦ ପ୍ରଦୀପ ପୁରୋହିତ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମହାସମୁନ୍ଦ ସାଂସଦ ଶ୍ରୀମତୀ ରୂପ କୁମାର ଚୌଧୁରୀ, ଝାରସୁଗୁଡା ବିଧାୟକ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଟଙ୍କଧର ତ୍ରିପାଠୀ ସାମିଲ ହୋଇଥିଲେ। ବୈଠକରେ ସାଂସଦ ମାନେ ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ସହିତ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଗୁରୁତ୍ୱ, ରେଳ ସେବା, ରହଣି ଆଦି ଉପରେ ମତାମତ ଦେଇଥିଲେ। ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ମେଣ୍ଟାଇବା ପାଇଁ ରେଳ ଚଳାଚଳ ଦିବସ ବୃଦ୍ଧି, ଉପାନ୍ତ ଅଞ୍ଚଳକୁ ରେଳ ସେବା ସମ୍ପ୍ରସାରଣ, ନୂତନ ରେଳ ଚାଲନ ନିର୍ମାଣ ଯଥା ଶିଘ୍ର ସମ୍ପନ୍ନ ସମୟ ସୀମା ମଧ୍ୟରେ କରିବା, ରେଳ ଉପମାର୍ଗ ଓ ଓଭର ବ୍ରିଜ ଗୁଡିକର ବିକାଶ, ଷ୍ଟେସନ ମାନଙ୍କରେ ଯାତ୍ରୀ ମାନଙ୍କ ସୁବିଧା ସୁଦୃଢ଼ କରିବା, ସ୍ୱଚ୍ଛତା ଅବଲମ୍ବନ, ଅଧିକ ଷ୍ଟେସନ ଗୁଡିକରେ ରେଳଗାଡି ଗୁଡିକର ରହଣି ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ସମ୍ବଲପୁର ମଣ୍ଡଳରେ ଚାଲିଥିବା ବିଭିନ୍ନ ଯାତ୍ରୀ ସେବା, ରେଳ ଭିତ୍ତିଭୂମିର ବିକାଶ ପ୍ରକଳ୍ପ ଆଦି ବିଷୟରେ ବିସ୍ତୃତ ସୂଚନା ସାଂସଦ ମାନଙ୍କୁ ପ୍ରଦାନ କରାଯାଇଥିଲା। ବୈଠକରେ ସମ୍ବଲପୁର ରେଳ ମଣ୍ଡଳର ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ସମେତ ବିଭିନ୍ନ ଅଧିକାରୀ ମାନେ ସାମିଲ ହୋଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories