www.samajalive.in
Friday, December 12, 2025
23.1 C
Bhubaneswar

ରାମ ରହିମଙ୍କୁ ଅଜୀବନ କାରାଦଣ୍ଡ

ପଞ୍ଚକୁଳା : ହରିୟାଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସ୍ଥାନୀୟ ସ୍ବତନ୍ତ୍ର ସିବିଆଇ ଅଦାଲତ ଡେରା ସଚ୍ଚା ସୌଦା ମୁଖ୍ୟ ଭଣ୍ଡ ବାବା ଗୁର୍‌ମିତ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ରାମ ରହିମଙ୍କ ସହିତ ଦୋଷୀ ସାବ୍ୟସ୍ତ ହୋଇଥିବା ତାଙ୍କର ତିନି ଜଣ ଅନୁଗାମୀ କୂଳଦୀପ ସିଂହ, ନିର୍ମଳ ସିଂହ ଓ କ୍ରିଷନ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏଥିସହିତ ସମସ୍ତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦେଶ ଦେଇଛନ୍ତି ବିଚାରପତି ଜଗଦୀପ ସିଂହ। ଶୁକ୍ରବାର, ୧୧ତାରିଖ ଦିନ ବିଚାରପତି ସିଂହ ଏହି ମାମଲାର ରାୟ ଶୁଣାଇ ଉପରୋକ୍ତ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ୧୭ତାରିଖକୁ ଦଣ୍ଡ ଘୋଷଣା ପାଇଁ ଧାର୍ଯ୍ୟ କରିଥିଲେ। ସାମ୍ବାଦିକ ଛତ୍ରପତିଙ୍କୁ ୨୦୦୨ ଅକ୍ଟୋବର ୨୪ରେ ତାଙ୍କ ସିର୍ସାସ୍ଥିତ ବାସଭବନରେ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା। ଛତ୍ରପତି ତାଙ୍କ ‘ପୁରା ସଚ୍‌’ ଖବର କାଗଜରେ ରାମ ରହିମଙ୍କ କଳା କାରବାର ଓ ତାଙ୍କ ଆଶ୍ରମରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଦୁଇ ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ରାମ ରହିମ ୨୦୧୭ରୁ ରୋହତକସ୍ଥିତ ସୁନାରିଆ ଜେଲ୍‌ରେ ୨୦ବର୍ଷ କାରାଦଣ୍ଡ ଭୋଗୁଛନ୍ତି। ଗୁରୁବାର ଦଣ୍ଡ ଘୋଷଣା ସମୟରେ ସମଗ୍ର ପଞ୍ଜକୁଳା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ହରିୟାଣା ଓ ପଞ୍ଜାବର କିଛି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories