www.samajalive.in
Friday, December 5, 2025
26.1 C
Bhubaneswar

ଗଜଲକ୍ଷ୍ମୀ ପୂଜା ପାଳିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ଥିତ ମୋନାର୍କ ଛକରେ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ ହୋଇଛି । ଆଜି ସକାଳୁ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଦେବୀ ଆବାହନ, ପୀଠ ପୂଜା, ଷୋଡଶ ପୂଜା, ନବଗ୍ରହ ପୂଜା, ସନ୍ଧ୍ୟା ଆଳତୀ ଆଦି ହୋଇଥିଲା । ପୁରୋହିତ ଭାବେ ପ୍ରମୋଦ ଦାଶ, ସୁଷ୍ମନ୍ତ ଦାଶ, ରାମ ଚନ୍ଦ୍ର ଦାଶ, ନୀଳାଞ୍ଚଳ ଦାଶ ଓ କର୍ତ୍ତା ଭାବେ ଦୀପକ ଜେନା, ପତ୍ନୀ ବବିତା, ପ୍ରଶାନ୍ତ ପାଣିଗ୍ରାହୀ, ପତ୍ନୀ ମାଧବୀ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ । ଏହି ପୂଜା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପୂଜା କମିଟି ପକ୍ଷରୁ ଜୁବା ପଣ୍ଡା, ଜି. କୋଟେସ, ମହେଶ ସାହୁ, ତିରୁ ନାୟକ, ଜି. କୁର୍ମା, ବୁଲୁ ଲେଙ୍କା, କାହ୍ନୁ ପାତ୍ର, ରିଙ୍କୁ ଲେଙ୍କା, ସତ୍ୟ ପାତ୍ର, ବାଇନ ଆଚାର୍ଯ୍ୟ, ଲକ୍ଷ୍ମୀ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅର୍ଣ୍ଣ ଭୋଗ କାର୍ଯ୍ୟକ୍ରମ ରହିଛି । ସେହିପରି  କରାପଲ୍ଲୀରେ ପ୍ରଥମ ଥର ପାଈଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରେ ପାଳିତ ହୋଇଛି । ପୁରୋହିତ ଭାବେ ଜିତେନ୍ଦ୍ର କୁମାର ପାଢ଼ୀ, ପ୍ରଶାନ୍ତ କୁମାର ପାଢ଼ୀ, ଅନିଲ ପ୍ରସାଦ ପାଢ଼ୀ, ଆଶିଷ ଶତପଥୀ ଓ କର୍ତ୍ତା ଭାବେ ପ୍ରଦୀପ ଦାଶ, ପତ୍ନୀ ଗାୟତ୍ରୀ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories