ଭିଡିଓରେ ଦେଖନ୍ତୁ; ବାଛୁରୀକୁ ଗୋଟା ଗିଳିଦେଲା ଅଜଗର, ତା’ପରେ ସ୍ଥାନୀୟଲୋକେ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ କୌତୁକିଆ ଲାଗିବା ସହ କିଛି ଭୟଭୀତ ଲାଗି ଥାଏ । କେତେବେଳେ ଶିକାର କରୁଥିବା ତ କେତେବେଳେ ନିଜେ ଶିକାର ପାଲଟୁଥିବା ଭିଡିଓ ଦେଖିବାକୁ ମିଳିଥାଏ । ଏହା ଜଙ୍ଗଲର ନିୟମ । ନିକଟେରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । ଭିଡିଓ ଅନୁଯାୟୀ, ବିଶାଳକାୟ ଅଜଗର ସାପ ଏକ ବାଛୁରୀ ଛୁଆକୁୁ ଗୋଟା ଜୀଅନ୍ତା ଗିଳି ଦେଇଛି । ମାତ୍ର ସେହି ସମୟରେ ସ୍ଥାନୀୟ ଲୋକେ ଏପରି କିଛି କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି ।

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

ଭିଡିଓକୁ ଦେଖି ପ୍ରଶ୍ନ ଉଠୁଛି ଶିକାର ଓ ଶିକାରୀଙ୍କ ମଧ୍ୟରେ ମନୁଷ୍ୟର ହସ୍ତକ୍ଷେପ ଠିକ୍‌ କି? ଭିଡିଓରେ ଦେଖିପାରିବେ, ଅଜଗର ସାପଟି ବାଛୁରୀକୁ ଜୀଅନ୍ତା ଗିଳି ଦେଇଛି । ମାତ୍ର ସେଠାରେ ସ୍ଥାନୀୟ ଲୋକେ ଅଜଗର ସାପକୁ ଧରିବା ସହ ବାଛୁରୀକୁ ସାପ ପେଟରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ସାପ ମଧ୍ୟ ବାଛୁରୀକୁ ପେଟରୁ ବାହାର କରି ଦେଉଛି । ୫୦ ସେକେଣ୍ଡର ଏହି ଭିଡିଓକୁ ଲୋକେ ବାରମ୍ବାର ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ହିମାଚଳ ପ୍ରଦେଶର ଉନା ଜିଲାର ହରୋଲୀର ବୋଲି କୁହାଯାଉଛି । ଭିଡିଓଟିକୁ ଅକ୍ଟୋବର ୧୨ରେ ଶେୟାର କରାଯାଇଛି । ଏଯାଏଁ ଏହାକୁ ୧.୩ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି ।

ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..

Comments are closed.