www.samajalive.in
Saturday, December 13, 2025
17.1 C
Bhubaneswar

୨୩୪ଟି ସହରରେ ୭୩୦ଟି ନୂଆ ଘରୋଇ ଏଫ୍ ଏମ୍ ରେଡିଓ ଚ୍ୟାନେଲ, ଇ-ନିଲାମ ପାଇଁ ଆବେଦନ ଆରମ୍ଭ

ଡେସ୍କ: ଭାରତର ୨୩୪ଟି ସହରରେ ୭୩୦ଟି ନୂଆ ଘରୋଇ ଏଫ୍ ଏମ୍ ରେଡିଓ ଚ୍ୟାନେଲ ଆରମ୍ଭ କରିବା ପାଇଁ ସରକାର ଏକ ବିଜ୍ଞପ୍ତି ଜାରି କରି ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ଚ୍ୟାନେଲର ଇ-ନିଲାମ ପାଇଁ ସମ୍ଭାବ୍ୟ ନିଲାମକାରୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛନ୍ତି।

ଏହି ସହରଗୁଡ଼ିକରେ ଏଫ୍ଏମ୍ ଚ୍ୟାନେଲଗୁଡ଼ିକର ବାର୍ଷିକ ଲାଇସେନ୍ସ ଶୁଳ୍କ ଜିଏସଟି ବ୍ୟତୀତ ମୋଟ ରାଜସ୍ୱର ୪% ଆଦାୟ କରାଯିବ। ଏହି ସହରଗୁଡ଼ିକରେ ଚ୍ୟାନେଲ ନିଲାମ ପାଇଁ ସଂରକ୍ଷିତ ମୂଲ୍ୟ ୨୦୨୨ର ଟ୍ରାଇ ସୁପାରିଶ କରାଯାଇଥିବା ମୂଲ୍ୟ ଅନୁଯାୟୀ ଅଟେ। ଆବେଦନ କରିବାର ଶେଷ ତାରିଖ ୧୮ ନଭେମ୍ବର ୨୦୨୪ ରହିଛି।

- Advertisement -

ଏଥିରେ ଆନ୍ଧ୍ର ପ୍ରଦେଶର ୨୨ଟି ସହରରେ ୬୮ଟି ଚ୍ୟାନେଲ, ଆସାମରେ ୬ଟି ସହରରେ ୧୮ଟି ଚ୍ୟାନେଲ, ବିହାରରେ ୧୮ଟି ସହରରେ ୫୭ଟି ଚ୍ୟାନେଲ, ଗୁଜୁରାଟରେ ୮ଟି ସହରରେ ୨୪ଟି ଚ୍ୟାନେଲ, ହରିୟାଣାରେ ୯ଟି ସହରରେ ୨୭ଟି ଚ୍ୟାନେଲ, ତାମିଲନାଡୁରେ ୧୧ଟି ସହରରେ ୩୩ଟି ଚ୍ୟାନେଲ, ମଧ୍ୟପ୍ରଦେଶରେ ୨୦ଟି ସହରରେ ୬୧ଟି ଚ୍ୟାନେଲ, ମହାରାଷ୍ଟ୍ରରେ ୧୧ଟି ସହରରେ ୩୬ଟି ଚ୍ୟାନେଲ, ଓଡିଶାରେ ୬ଟି ସହରରେ ୧୯ଟି ଚ୍ୟାନେଲ, ପଞ୍ଜାବରେ ୯ଟି ସହରରେ ୨୮ଟି ଚ୍ୟାନେଲ, ରାଜସ୍ଥାନରେ ୧୯ଟି ସହରରେ ୫୯ଟି ଚ୍ୟାନେଲ, ତେଲେଙ୍ଗାନାରେ ୧୦ଟି ସହରରେ ୩୧ଟି ଚ୍ୟାନେଲ, ଉତ୍ତର ପ୍ରଦେଶରେ ୩୨ଟି ସହରରେ ୧୦୦ଟି ଚ୍ୟାନେଲ, ପଶ୍ଚିମବଙ୍ଗରେ ୧୩ଟି ସହରରେ ୪୨ଟି ଚ୍ୟାନେଲ, ଛତିଶଗଡ଼ରେ ୩ଟି ସହରରେ ୯ଟି ଚ୍ୟାନେଲ, ଝାଡ଼ଖଣ୍ଡରେ ୬ଟି ସହରରେ ୧୯ଟି ଚ୍ୟାନେଲ, କେରଳରେ ୨ଟି ସହରରେ ୬ଟି ଚ୍ୟାନେଲ, ମିଜୋରାମରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ମେଘାଳୟର ଗୋଟିଏ ସହରରେ ୩ଟି ଚ୍ୟାନେଲ, ମଣିପୁରରେ ଗୋଟିଏ ସହରରେ ୪ଟି ଚ୍ୟାନେଲ, ନାଗାଲାଣ୍ଡରେ ୩ଟି ସହରରେ ୯ଟି ଚ୍ୟାନେଲ, ତ୍ରିପୁରାରେ ୧ଟି ସହରରେ ୩ଟି ଚ୍ୟାନେଲ, ଉତ୍ତରାଖଣ୍ଡରେ ୨ଟି ସହରରେ ୬ଟି ଚ୍ୟାନେଲ, ଆଣ୍ଡାମାନ ଓ ନିକୋବରରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ଦାମନରେ ୧ଟି ସହରରେ ୩ଟି ଚ୍ୟାନେଲ, ଜାମ୍ମୁ କାଶ୍ମୀରରେ ୧ଟି ସହରରେ ୩ଟି ଚ୍ୟାନେଲ ଓ ଲାକ୍ଷାଦ୍ଵୀପରେ ୧ଟି ସହରରେ ୩ଟି ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ।

ଏହି ନୂଆ ୭୩୦ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ମଧ୍ୟରେ ଓଡିଶାର ୬ଟି ସହରରେ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ। ବାଲେଶ୍ବର ଜିଲ୍ଲାରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବାକୁ ଥିବା ବେଳେ ବାରିପଦାରେ ୩ଟି, ବ୍ରହ୍ମପୁରରେ ୪ଟି, ଭଦ୍ରକରେ ୩ଟି, ପୁରୀରେ ୩ଟି ଏବଂ ସମ୍ବଲପୁରରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories