www.samajalive.in
Wednesday, December 10, 2025
18.1 C
Bhubaneswar

ପଦ୍ମପୁରରେ ବିଦାୟ ନେଲେ ଜଗତଜନନୀ ମା ଦୁର୍ଗା

ପଦ୍ମପୁର: ପଦ୍ମପୁର ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗା ପୂଜା ଭସାଣୀ ଉତ୍ସବ ପାଳିତ ହୋଇଯାଇଛି। ବିଭିନ୍ନ ପ୍ରକାର ବାଦ୍ୟ ବାଜଣରେ ମାଙ୍କୁ ବିଦାୟ ଦେଇଥିଲେ। ପୂଜା ପାଇଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।। ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୂର୍ଗାଙ୍କ ମୃଣ୍ମୟ ମୁର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତି ଓ ଭାବାବେଗରେ ମା’ଙ୍କୁ ଆବାହନ କରାଯାଇଥିଲା। ମଣ୍ଡପରେ ଦେବୀ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀମାନଙ୍କୁ ରୀତି ନୀତିରେ ପୂଜାଚ୍ଚର୍ନା କରାଯିବା ସହିତ ହୋମଯଜ୍ଞର ଆୟୋଜନ ସହ ମଣ୍ଡପକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ମା ଖିଲାମୁଣ୍ଡାଙ୍କ ସମେତ ବିଭିନ୍ନ ପୀଠରେ ଦେବୀଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହୋଇଛି। ପୂଜା ମଣ୍ଡପ ରେ ଆର୍କଷଣୀୟ ତୋରଣରେ ସଜ୍ଜିତ କରାଯାଇଥିବା ବେଳେ ସୁନ୍ଦର ଆଲୋକ ମାଳରେ ଝଲସୁଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories